ଧବଳେଶ୍ୱର ମନ୍ଦିର ରେ ମହାଶିବରାତ୍ରି ପର୍ବ ପାଳନ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ

ଧବଳେଶ୍ଵର ମନ୍ଦିରରେ ମହାଦୀପ ରାତ୍ର ୧୧ଟାରେ ଉଠିବ।

ଖୋର୍ଦ୍ଧା,(୧୩/୦୨): – ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ରେ ଥିବା ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ରେ ମହାଶିବରାତ୍ରି ପର୍ବ ପାଳନ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।  ରାତ୍ର ୧୧ଟାରେ ମହାଦୀପ ଉଠିବା ସହିତ ହରିହର ଭେଟ ଦର୍ଶନ ଆରମ୍ଭ ହେବ।ମନ୍ଦିର ଟ୍ରଷ୍ଟି  ବଦ୍ରି ନାରାୟଣ ସାହୁ ଙ୍କ ପୌରହିତ୍ୟରେ ଟ୍ରଷ୍ଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisement

ଏଥିରେ ଆସନ୍ତା ୧୫ତାରିଖ ଦିନ ମହାଶିବରାତ୍ରି ପର୍ବ ସୁଚାରୁରୂପେ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଭୋର ତିନିଟା ସମୟ ରୁ  ପ୍ରଭୁ ଧବଳେଶ୍ୱର ଙ୍କ ପହଡ଼ ଫିଟି ନୀତି କାନ୍ତି ଆରମ୍ଭ ହେବ। ଭୋର ସମୟ ରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଚାଲୁ ରହିବ। ମନ୍ଦିର ବେଢ଼ାରେ ପ୍ରତିବର୍ଷ ଭଳି ଦୁଇ ଦିନ ସଂକ୍ରିତନ କାର୍ଯ୍ୟକ୍ରମ ଚାଲୁରହିବ। ରାତ୍ର ୮ଟାରେ ପରେ ଗମ୍ଭିରା ସଫା କରିବା ସହ ପ୍ରଭୁଙ୍କୁ ନୂତନ ବସ୍ତ୍ର, କେତକୀ ଫୁଲରେ ସୁସଜ୍ଜିତ କରାଯାଇ ବେଢ଼ା ପରିକ୍ରମା କରାଯିବ। ରାତ୍ର ୧୧ଟାରେ ହରିହର ଭେଟ ଆରମ୍ଭ ହେବ। ହରିହର ଭେଟ ପରେ ମହାଦୀପ ଉଠିବ।

ବିଶ୍ୱାସ ରହିଛି ମହାଶିବରାତ୍ରୀ ରେ ଉଜାଗର ରହି ଧବଳେଶ୍ଵର ଙ୍କ ପାଖରେ ଦୀପ ଜାଳି ମହାଦୀପ ଦର୍ଶନ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ। ବିଶ୍ୱାସ ଏବଂ ପରମ୍ପରାକୁ ଆଧାର କରି ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ସନ୍ଧ୍ୟା ସମୟ ରୁ ଆସି ମନ୍ଦିର ବେଢ଼ାରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜାଳି ଥାଆନ୍ତି। ଏଥି ପାଇଁ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ପକ୍ଷ ରୁ ବେଢାରେ ଏବଂ ମନ୍ଦିର ଚତୃପର୍ଶ୍ଵ ରେ ବସି ଦୀପ ଜାଳିବା  ପାଇଁ  ସୁବନ୍ଦୋବସ୍ତ ଗ୍ରହଣ କରାଯାଇଛି। ସମସ୍ତ ଙ୍କ ପାଇଁ ଚଳିତ ବର୍ଷ ପ୍ରସାଦ ବ୍ୟବସ୍ଥା ରହିଛି।

ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟି, ସେବାୟତ ଙ୍କ ସହ ବୈଠକ ବସି ମହାଶିବରାତ୍ରୀ ପୂଜା ଶାନ୍ତି ଶୃଙ୍ଖଳା ରେ  ପାଳନ ପାଇଁ  ନିଷ୍ପତ୍ତି ଗ୍ରହଣ କରାଯାଇଛି। ଟ୍ରଷ୍ଟି ପକ୍ଷ ରୁ ସଭ୍ୟ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ମଳୟେଶ ପ୍ରଧାନ, ବସନ୍ତ କୁମାର ମହାପାତ୍ର, ସେବାୟତ ସଂଘ ର ସଭାପତି ତ୍ରିନାଥ ମହାପାତ୍ର ପ୍ରମୁଖ ଧବଳେଶ୍ଵର ଦେବ ଙ୍କ ମହାଶିବରାତ୍ରି ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ପୌର ପ୍ରଶାସନ ଙ୍କ ସହ ଆଲୋଚନା କରି ସେମାନଙ୍କ ସହଯୋଗ କାମନା କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *