ଖୋର୍ଦ୍ଧା,୨୩ା୧: ବୋଲଗଡ ପୁଲିସ ଗତକାଲି ଅପରାହ୍ନରେ ଏକ ସ୍କର୍ପିଓ ରୁ ୪୧କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ କନ୍ଧମାଳ ର ସୁକାନ୍ତ ବିନ୍ଧାଣି (୩୨) ଓ ଅଜିତ୍ ଦିଗଲ (୩୨) ।

ପ୍ରକାଶ ଥାଉକି, କନ୍ଧମାଳ ଦିଗରୁ ଏକ ସ୍କର୍ପିଓ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବିଶେଷସୂତ୍ରରୁ ପୁଲିସ ଖବର ପାଇ ସେମାନଙ୍କୁ ଧରିବା ଲାଗି ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ନିହାର ପ୍ରଧାନ ଓ ଥାନା ଅଧିକାରୀ ସୁକାନ୍ତ ଦଳେଇଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଗତକାଲି ଅପରାହ୍ନରେ ଏସ୍ଆଇ ଆଶାମାରିଆ ଡୁଙ୍ଗଡୁଙ୍ଗ ଙ୍କ ନେତୃତ୍ୱରେ ୫୭ନଂ ଜାତୀୟ ରାଜପଥ ର ବରହମପୁରା ଛକ ଠାରେ ଗାଡି ଯାଂଚ କରୁଥିଲେ । ଏହି ସମୟରେ ଓଡି.୦୨ବିଏନ୍-୭୭୭୨ ନଂ ବିଶିଷ୍ଟ ଏକ ସ୍କର୍ପିଓ ଉପରେ ପୁଲିସ ର ସନ୍ଦେହ ହେବାରୁ ପୁଲିସ ଯାଂଚ କରିଥିଲା । ଯାଂଚବେଳେ ଗାଡି ଭିତରେ ଦୁଇଟି ଜରିବସ୍ତାରେ ରହିଥିବା ୪୧କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲା । ଏଥିସହିତ ଚାଲାଣ ରେ ବ୍ୟବହୃତ ସ୍କର୍ପିଓ ଏବଂ ୨ଟି ମୋବାଇଲ ଫୋନ୍ କୁ ମଧ୍ୟ ପୁଲିସ ଜବତ କରିଛି । ଏସ୍ଆଇ ଡୁଙ୍ଗଡୁଙ୍ଗ ଙ୍କ ଅଭିଯୋଗ କ୍ରମେ ପୁଲିସ ୨୬/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
