ଭୁବନେଶ୍ୱର, ୦୪/୧୧: ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ନିଜ ଦାୟିତ୍ୱ ନିର୍ବାହ ନକରି ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥକୁ ବିପଦ ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ସରକାର ଠୋସ୍ ପଦକ୍ଷେପ ନେଉନାହାନ୍ତି। ଆନ୍ଧ୍ର ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଓ ବିଭିନ୍ନ କାର୍ଯ୍ୟକଳାପ ଜାରି ରହିଥିବା ସତ୍ତ୍ୱେ ରାଜ୍ୟ ସରକାର ନିରବ ରହିଛନ୍ତି।
ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ଓଡ଼ିଶାର ସ୍ୱାର୍ଥ ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ସତର୍କ ରହିବାକୁ ଦଳ ପରାମର୍ଶ ଦେଇଛି। ଏଥିସହ ସୀମାନ୍ତ ଅଞ୍ଚଳର ସୁରକ୍ଷା ସୁନିଶ୍ଚିତ କରିବା, ଅନୁପ୍ରବେଶ ରୋକିବା ଏବଂ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
