ଖୋର୍ଦ୍ଧା ମେଡିକାଲ ସମ୍ମୁଖରେ ମାଲବୋଝେଇ ଟ୍ରଲରର ଅଘଟଣ : ଦୋକାନ ଭିତରକୁ ମାଡ଼ିଗଲା ଟ୍ରଲର, ୩ ଦୋକାନ ସହ ବାଇକ୍‌-ସ୍କୁଟି କ୍ଷତିଗ୍ରସ୍ତ


ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ମାଲବୋଝେଇ ଟ୍ରଲର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନଗୁଡ଼ିକ ଭିତରକୁ ମାଡ଼ିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।


ସୂଚନା ଅନୁଯାୟୀ, ଖୋର୍ଦ୍ଧା ପଟୁ ଯାଉଥିବା ଏକ ମାଲବୋଝେଇ ଟ୍ରଲର ମେଡିକାଲ ସମ୍ମୁଖ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏହାପରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱକୁ ମାଡ଼ିଯାଇଥିଲା। ଫଳରେ ରାସ୍ତାକଡ଼ରେ ଥିବା ତିନୋଟି ଦୋକାନ ଭିତରକୁ ଟ୍ରଲରଟି ପଶିଯାଇଥିଲା।

Advertisement


ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍‌ ଓ ସ୍କୁଟି ଟ୍ରଲର ଚାପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୋକାନଗୁଡ଼ିକର ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି।


ଅଘଟଣ ପରେ ରାସ୍ତାରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲେ।


ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *