ପ୍ରଗତିଶୀଳ ରାଷ୍ଟ୍ରଗଠନରେ ଯୁବତୀ ମାନଙ୍କ ପ୍ରମୁଖ ଭୂମିକା ରହିଛି


ଖୋରଧା-୧୨।୩ : ବିଶ୍ୱ ହିନ୍ଦୁ ପରିଷଦ(ବିଏଚପି) ଖୋର୍ଦ୍ଧା ଜିଲା ଆନୁକୂଲ୍ୟରେ ଆଜିର ସମାଜରେ ଯୁବଶକ୍ତିର ଭୂମିଳା ଶୀର୍ଷକ ଆଲୋଚନା ଚକ୍ର ଟାଙ୍ଗିଆପଡା ସ୍ଥିତ ବିବେକାନନ୍ଦ ଇନ୍‌ସିଚ୍ୟୁଟ ଅଫ ଆଡଭାନ୍ତି ସାଇନ୍ସେସ୍ କ୍ୟାମ୍ପସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଏଚପିର ଯୁବା ସଙ୍ଗଠନ ଦୂର୍ଗାବାହିନୀ ପ୍ରାନ୍ତ ସଂଯୋଜିକା ସିପ୍ରା ରାଉତ ଯୋଗଦେଇ ଏହାର ଦୁର୍ଗାବାହିନୀର ପ୍ରତିଷ୍ଠା, ଏହା ଗଠନ ପଛର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ଅନେକ ନବ ଯୁବକ ମାନେ ବିଭିନ୍ନ ସ୍ଥାନରୁ ବିଏଚପି ପ୍ରତି ଆକର୍ଷିତ ହୋଇ ଆସିଥିଲେ, ସେହି ସମୟରେ ଅନେକ ଯୁବତୀ ମଧ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ବହୁ ବାଧାବିଘ୍ନକୁ ଏଡାଇ ଅଯୋଧାରେ ପହଂଚି କାରାସେବା, ସତ୍ୟାଗ୍ରହରେ ବହୁ ସଂଖ୍ୟାରେ ଯୋଗଦେଇଇଥିଲେ । ଦେଶକୁ ପ୍ରଗତି ପଥରେ ଆଗେଇ ନେବା ତଥା ଏକ ଧାର୍ମିକ ବାତାବରଣ ସୃଷ୍ଟି, ଦୁର୍ଗାଙ୍କ ପରି ଆସୁରିକ ଶକ୍ତିର ବିନାଶ ସହ ଧର୍ମର ପୁନଃ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆଶ୍ୱିନ ଶୁକ୍ଳାଷ୍ଟମୀ ବା ଦୁର୍ଗାଷ୍ଟମୀରେ ଦୁର୍ଗା ବାହିନୀ ନାମରେ ଯୁବତୀ ମାନଙ୍କ ସତନ୍ତ୍ର ସଙ୍ଗଠନ କରାଯାଇଥିଲା । ପରବର୍ତି ସମୟରେ ଦିଲୀ ଠାରେ ଏକ ମହିଳା ମାନଙ୍କୁ ନେଇ ଏକ ବିଶାଳ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେଠାରେ ସାଧ୍ବୀ ରୁତୁମ୍ବରା ଏହା ଅଖିଳ ଭାରତୀୟ ସଂଯୋଜିକା ଦାୟିତ୍ବରେ ରହିଥଲେ । ଦୁର୍ଗାବାହିନୀରେ ୧୫ରୁ ୩୫ ବର୍ଷରେ ମଧରେ ଥିବା ଭଉଣୀ ମାନେ ଯୋଗଦେଇ ପାରିବେ । ସେବା, ସୁରକ୍ଷା ଓ ସଂସ୍କାର ଏହି ଧୈୟ ବାକ୍ୟକୁ ନେଇ ହିନ୍ଦୁ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିବଦ୍ଧ ।
ବିଏଚପି ଖୋର୍ଦ୍ଧା ଜିଲା ସହ ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣରେ ସାମ୍ପ୍ରତିକ ସମୟରେ ଯୁବପିଢିଙ୍କ ଭୂମିକା, ବ୍ୟକ୍ତି ନିର୍ମାଣ ଦ୍ବାରା ରାଷ୍ଟ୍ର ନିର୍ମାଣ ସମ୍ଭବ I ଗଠନମୂଳକ ଚିନ୍ତାଧାରାନେଇ ରାଷ୍ଟ୍ରକାର୍ଯ୍ୟରେ ଅଗ୍ରସର ହେବାକୁ ଆହ୍ବାନ କରିଥିଲେ । ସେ କହିଥିଲେ ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । କୌଣସି ରାଷ୍ଟ୍ର ପ୍ରଗତି ପଥରେ ଅଗ୍ରସର ହେବାକୁ ହେଲେ ସେ ଦେଶର ଯୁବବର୍ଗ ଆଗକୁ ଆସିବାକୁ ପଢିବ । ଯୁବବର୍ଗ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତା ଭାବ ରହିବା ଜରୁରୀ ବୋଲି ସେ କହିଥିଲେ । ବିଏଚପିର ବିଭାଗ ସମ୍ପାଦକ ବିଭୁଧେନ୍ଦ୍ର ବିଦ୍ୟାଧର ବିଶ୍ବହିନ୍ଦୁ ପରିଷଦର ପୁଷ୍ଟଭୂମି ହିନ୍ଦୁତ୍ବ ବିଚାରାଧାରା, ଅଯୋଧା ଶ୍ରୀରାମ ଜନ୍ମଭୂମି ସମ୍ପର୍କରେ କହିଥିଲେ ।
ଅନ୍ୟ ମାନଙ୍କ ମଧରେ ଏହି କଲେଜର ଉପାଧକ୍ଷା ବାସନ୍ତୀ ଦାଶ, ଅଧ୍ଯାପକ ବିଷ୍ଣପ୍ରସାଦ, ଦୁର୍ଗାବାହିନୀ କେନ୍ଦାପଡା ଜିଲା ସଂଯୋଜିକା ଆଶାଲତା ମଲ୍ଲିକ, ପ୍ରମୁଖ ମଂଚାସୀନ ଥିଲେ ।  ବଜରଙ୍ଗ ଦଳ ଜିଲା ସଂଯୋଜକ ଉଦିତ ପହରାଜ, ସହ ସଂଯୋଜକ ଏସଏମ ଦିବ୍ୟ ପ୍ରକାଶ, ଶୁଭଙ୍କର ପାଇକରାୟ ବିଏଚପି ପ୍ରଚାର ପ୍ରମୁଖ ଆଦର୍ଶ ପ୍ରମୁଖ ଉପସ୍ଥିତ ଥିଲେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *