ବିଏଚପିର ୬୨ତମ ପ୍ରତିଷ୍ଠା ଦିବସ, ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ ପାଳିତ



ଖୋର୍ଦ୍ଧା (୪।୮) :-  ବିଶ୍ୱହିନ୍ଦୁ ପରିଷଦ(ଭିଏଚପି) ର ୬୨ତମ ଜିଲା ସ୍ତରୀୟ ପ୍ରତିଷ୍ଠା ଦିବସ ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଶ୍ରୀରାମକୃଷ୍ଣ ଗୋଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ଜିଲା ଉପସଭାପତି ସୁଦର୍ଶନ ରଥଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ସନ୍ଥ ବିଶ୍ବମ୍ବର ଦାସ ମହାରାଜ ଉଦ୍‌ଘାଟନ କରି  ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଏବଂ ସାମୀ ଲକ୍ଷ୍ମଣାନନ୍ଦଙ୍କ ତ୍ୟାଗମୟ ଜୀବନା ରାଷ୍ଟ୍ର ନିର୍ମାଣ ସମ୍ପର୍କରେ କହିଥିଲେ I ସମଗ୍ର ହିନ୍ଦୁ ସମାଜକୁ ସଙ୍ଗଠିତ କରିବା, ହିନ୍ଦୁ ଧର୍ମ ଓ ସଂସ୍କୃତିର ସୁରକ୍ଷା ତଥା ବିଶ୍ବସ୍ତରରେ ହିନ୍ଦୁ ମାନଙ୍କ ଭୂମିକା ସୁଦୂତ କରିବା ଉଦ୍ଦେଶ୍ୟରେ ଭାଦ୍ରବ ମାସ କୃଷ୍ଣପକ୍ଷ ୧୯୬୪ ମସିହା ଅଗଷ୍ଟ ୨୯ ତାରିଖ ପବିତ୍ର ଜନ୍ମାଷ୍ଟମୀ ରେ ପବିତ୍ର ଜନ୍ମାଷ୍ଟମୀରେ ମୁମ୍ବାଇ ସ୍ଥିତ ସାନ୍ଦିପନୀ ଆଶ୍ରମରେ ଆରଏସଏସ ଦ୍ଵିତୀୟ ସରସଂଘଚାଳକ ଶ୍ରୀଗୁରୁଜୀଙ୍କ ମାର୍ଗ ଦର୍ଶନରେ ସାମୀ ଚିନ୍ମମୟାନନ୍ଦଙ୍କ କରକମଳରେ, ଏସଏମ ଆପ୍ଟେ ଙ୍କ ପ୍ରତ୍ୟକ୍ଷ ତତୃବାଧନରେ ଭିଏଚପି ପ୍ରତିଷ୍ଠା ହୋଇଥିଲା । ସାଧନତା ପରବର୍ତି ଭାରତରେ ଧର୍ମ ବିଦ୍ବେଷ ନୀତି, ଅସ୍ପୃସ୍ୟତାକୁ ଦୂର, ଧର୍ମ ପରିବର୍ତନକୁ ରୋଜିବା ଏବଂ ହିନ୍ଦୁ ସଂସ୍କୃତିର ସଂରକ୍ଷଣ ପାଇଁ ବିଏଚପିର ପରିକଳ୍ପନା କରାଯାଇଥିଲା ବୋଲି ସେ କହିଥିଲେ ।



ମୁଖ୍ୟବକ୍ତା ଭାବେ ଧର୍ମଜାଗରଣ ସମନ୍ୱୟ ପୁରୀ ବିଭାଗ ସଂଯୋଜକ ନବକୃଷ୍ଣ ମହାପାତ୍ର ଯୋଗଦେଇ ପବିତ୍ର ଜନ୍ମାଷ୍ଟମୀରେ ଆନନ୍ଦ ଉଲ୍ଲାସ ରହିଥ‌ିବା ବେଳେ ଠିକ ଏହି ସମୟରେ ସମଗ୍ର ହିନ୍ଦୁ ସମାଜ ଶବ୍ଧ ପାଲଟିଯାଇଥିଲା ତାହା ଥିଲା ପୂଜ୍ୟ ସନ୍ଥ  ଲକ୍ଷ୍ମଣନାନନ୍ଦ ସରସତୀଙ୍କୁ ହତ୍ୟା । କିଛି ବିଧର୍ମ ମାନେ ତାଙ୍କୁ ଢଳେଶପଟ୍ଟା ଆଶ୍ରମରେ ଅତି ନିମର୍ମ ଭାବେ ହତ୍ୟା କରିଥିଲେ । ଯିଏ ବଣପର୍ବତ ଘେରା ଆଦିବାସୀ ବହୁଳ ଅଂଚଳରେ ହାତରେ ବାଡି ଖଣ୍ଡେ ଧରି ଗାଁକୁ ଗାଁ ବୁଲି ଜନଜାତି, ଗରିବ ଭାଇ ଭଉଣୀ ମାନଙ୍କୁ ବଂଚିବାର କଳା ଶିକ୍ଷା ଦେବା ସହ ଏହି ଅଂଚଳରେ ସାମାଜିକ ଶୈକ୍ଷିକ ଓ ଆଧାତ୍ମକ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବଜରଙ୍ଗ ଦଳ ଜିଲା ସଂଯୋଜକ ଉଦିତ ନାରାୟଣ ପ୍ରହରାଜ ମଂଚାସୀନ ଥିଲେ ।



ଭିଏଚପି ଜିଲା ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ଜିଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣ ରେ ବିଏଚପି ପ୍ରତିଷ୍ଠା ଦିବସ, ଲକ୍ଷ୍ମଣାନନ୍ଦ ସଂଘର୍ଷର କାହାଣୀ ସନ୍ଥ ସିରୋମଣି ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ଏବଂ ବିଏଚପି ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଧକ୍ଷ ଅଶୋକ ତା ସିଘଲଙ୍କ ଜନ୍ମ ଶତବାର୍ଷିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ଘଟୁଆଲ, ଏସଏମ ଦିବ୍ୟ ପ୍ରକାଶ, ସତ୍ୟଜିତ ବେହେରା, ଶୁଭଙ୍କର ପାଇକରାୟ, ଆଦର୍ଶ କେ, ଅଂଶୁମାନ, କୌଶିକ ବେହେରା। ରଶ୍ମିରଞ୍ଜନ ମିଶ୍ର, ହୃଷିକେଶ ବେହେରା, ରଞ୍ଜ ବରାଳ ଙ୍କ ସମେତ ବୁଦ୍ଧିଢିବୀ ଶିକ୍ଷାବିତ ଉପସ୍ଥିତ ଥିଲେ । ବିଭିନ୍ନ କଳା ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଗୋଶାଳାରେ ଗୋମାତା ପୂଜନ ଉତ୍ସବ ପରେ ଜନ୍ମାଷ୍ଟମୀ ନୀତି ପାଳିତ ହୋଇଥିଲା । ଭାଗବତ ପାଠ କରାଯାଇଥିଲା । ବରିଷ୍ଠ ଗୋସେବକ ରାଧାମୋହନ ପ୍ରଧାନ ଓ ଅନ୍ଯ ମାନେ ପରିଚାଳନା କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *