ଖୋର୍ଦ୍ଧା(୪/୧୨):- ଖୋର୍ଦ୍ଧା ବ୍ଲକ୍ ଅଧୀନସ୍ଥ କୁରାଢମଲ୍ଲ ଠାରେ ତୃତୀୟ ରୀତା, ଟିକିନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ବିତୀୟ ଦିବସ । ପ୍ରଥମ ମ୍ୟାଚ ଟି ଜରିପୁଟ ଓ ସାରୁଅ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ପ୍ରଥମେ ଜରିପୁଟ ଦଳ ବ୍ୟାଟିଂ କରି ୧୩ ଓଭର ଖେଳି ୫ ୱ୍ବିକେଟ ହରାଇ ୧୯୭ ରନ କରିଥିଲା।ଦଳ ପକ୍ଷରୁ ପ୍ରକାଶ ସାମନ୍ତରାୟ ୨୬ ବଲରୁ ୬୬ ରନ କରିଥିଲେ।ଜବାବରେ ସାରୁଅ ଦଳ ବ୍ୟାଟିଂ କରି ୧୩ ଓଭର ୭ ୱ୍ବିକେଟ ବିନିମୟରେ ୧୧୧ ରନ କରିବାରେ ସକ୍ଷମ ହୋଇଥିଲେ।

ସେହିପରି ଦ୍ବିତୀୟ ମ୍ୟାଚ ଟି କୁରାଢମଲ୍ଲ ଓ କୈଣାର୍କ ନଗର, ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।କୈଣାର୍କ ନଗର ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ ୧୦୦ ରନ କରିଥିଲେ। ଜବାବ ରେ କୁରାଢମଲ୍ଲ ଦଳର ତିରୁପତି ସାମନ୍ତରାୟ ଙ୍କ ୩୯ ରନ ଯୋଗେ କୁରାଢମଲ୍ଲ ୧୦୨ ରନ କରି ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ଝଜ ସାମନ୍ତରାୟ ଓ ଆକାଶ ପରିଡା ଖେଳ ପରିଚଳନା କରିଥିବା ବେଳେ ସ୍କୋରର ଭାବରେ ସତ୍ୟପ୍ରିୟ ସାମନ୍ତରାୟ ଏବଂ ଭାଷ୍ୟକାର ଭବେ ଅଂଶୁମାନ ପରିଡା ଦାୟିତ୍ୱ ତୁଲାଇଥିଲେ lମୁଖ୍ୟ ଅତିଥି ଭାବେ କୁରାଢମଲ୍ଲ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀରାମ ପ୍ରସାଦ ମହାନ୍ତି,ଗୋପିନାଥ ମହାରଥୀ,ସାରଙ୍ଗ ପାତାଳସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now