ଖୋର୍ଦ୍ଧା,(୧୦/୧୧):- ଖୋରଧା ବରୁଣେଇ ରାସ୍ତା ସାମନ୍ତରାପୁର ନିକଟ ଜରି ପୋଖରୀ ର ପାଚେରି ଭିତରେ ଧଳା ଜହର ବିକି ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ଏକାଠି ହୋଇ ଯୋଜନା ପ୍ରସ୍ତୁତ କରିଥିବା ସମୟରେ ଖୋର୍ଦ୍ଧା ଏସ.ପି. ବିବେକାନନ୍ଦ ଶର୍ମା (ଆଇ ପି ଏସ) ଓ ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଳ୍ପାଞ୍ଚଳ ଥାନା ଇନ୍ସପେକ୍ଟର ଭାଗ୍ୟଶ୍ରୀ ବେହେରାଙ୍କ ସୂଚନା ମୁତାବକ ଏକ ଟିମ୍ ଅଚାନକ ଚଢ଼ାଉ କରି ୩୧ ଗ୍ରାମ ବ୍ରାଉନ ସୁଗର , ଏକ ନାଲି ଗ୍ଲାମର ନଂ ଓଡ଼ି ୦୨ ଏ ଭି ୪୭୧୯ ସହ ଦୁଇଟି ମୋବାଇଲ ଫୋନ ଜବତ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଶିଳ୍ପାଞ୍ଚଳ ପୋଲିସ ।

ଜଣେ ଅଭିଯୁକ୍ତ ପୁରୀ ଗଣେଶ ଗଡା ଥାନା ଅଞ୍ଚଳ ର ହୋଇଥିବାବେଳେ ଅନ୍ୟଜଣେ ମହିଳା ଖୋରଧା ଆଦର୍ଶ ଥାନା ଠେଙ୍ଗା ହାଟ ଅଞ୍ଚଳ ର ବୋଲି ସୂଚନା ଦେଇଛି ପୋଲିସ ।
ଏହି ଟିମ୍ ରେ ଥାନା ଅଧିକାରୀ ଉମେଶ କୁମାର ସାହୁ,ଇନ୍ସପେକ୍ଟର ଭାଗ୍ୟଶ୍ରୀ ବେହେରା, ଏ ଏସ ଆଇ ବାଲ୍ୟ ବିଶୋଇ,କନେଷ୍ଟବଲ ଗୋପୀନାଥ ମଙ୍ଗରାଜ, ମାନସ ରଞ୍ଜନ ପ୍ରଧାନ, ପି କେ ହରିଚନ୍ଦନ ସାମିଲ ଥିବା ବେଳେ ଇନ୍ସପେକ୍ଟର ସୁନୀତା ବେହେରା ତଦନ୍ତ ଜାରି ରଖିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now