ଦୁଷ୍କର୍ମ ଅଭିଯୁକ୍ତକୁ ୮ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କଲେ ବିଚାରପତି

ବାଣପୁର: -ଜନୈକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗର ବିଚାର କରି ବାଣପୁର ସହକାରୀ ଦୋରା ଜଜ୍ ଅମରେଶ ମହାପାତ୍ର, ଭାରତୀୟ ପିଙ୍ଗଳ କୋଡ଼ ୩୭୬ ଆଇପିସି ଦଫା ମୁତାବକ, ୧୫ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏସ.ଟି. କେସର ଗିରଫ ଅଭିଯୁକ୍ତଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ବେଳେ ଜରିମାନା ଅନାଦେୟେ ବାବଦକୁ ଅଧିକ ୧ବର୍ଷ ଜେଲଦଣ୍ଡା ଦେଶ ଶୁଣାଣି କରିଛନ୍ତି ବିଚାରପତି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଅନ୍ତର୍ଗତ ରାଇପଡ଼ା ଗ୍ରାମର ଅଶାନ୍ତ ଓରଫ ପ୍ରଶାନ୍ତ ଜାନି।

       ଅଭିଯୋଗ ମୁତାବକ, ଗତ ୨୦୦୫ ମସିହା ମେ ମାସ ୬ ତାରିଖରେ ଜନୈକ ଯୁବତୀଙ୍କ ଘରେ ମାଆର ଅନୁପସ୍ଥିତିରେ ଅଭିଯୁକ୍ତ ଅଶାନ୍ତ ତାଙ୍କୁ ବାରିପଟକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଏହାକୁ ପ୍ରତିବାଦ କରିବାରୁ ଅଶାନ୍ତ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିନ୍ଦା ଅପବାଦକୁ ଲୁଚାଇବାକୁ ଯାଇ ଯୁବତୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କିଛି ଜଣାଇ ନଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କ ମା ଏ ସମ୍ପର୍କରେ ଜାଣି ଗ୍ରାମ ସଭାରେ ଜଣାଇବାରୁ, ଅଭିଯୁକ୍ତ ଅଶାନ୍ତ ବିବାହ କରିବାକୁ ମନା କରି ନିଜେ ଅନ୍ୟତ୍ର ବିବାହ କରିଥିଲେ। ହେଲେ ଇତି ମଧ୍ୟରେ ଯୁବତୀ ଅଭିଯୁକ୍ତଙ୍କ ଔରସରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅନ୍ୟୋପାୟ ନପାଇ ଶେଷରେ ପିଡ଼ୀତ ଯୁବତୀ ବାଣପୁର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତଙ୍କ ଅଭିଯୋଗ ଆଧାରରେ ପୁଲିସ ବାଣପୁର ଥାନା କେସ ନଂ ୯୫/୨୦୦୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶାନ୍ତକୁ ଗିରଫ କରି ଏହି ମାମଲାର ତଦନ୍ତକାରୀ ଅଧିକାରୀ ଆଶୁତୋଷ ମିଶ୍ର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ମାମଲାକୁ ସରକାରୀ ଓକିଲ ରମେଶ କୁମାର ବିଷୋୟୀ ଓ ସଚିତ ମିଶ୍ର ପରିଚାଳନା କରିଥିବା ବେଳେ ମାନ୍ୟବର ଅଦାଲତ ସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୩୭୬ ଦଫାରେ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତକୁ ୮ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *