ଗୋରୁଗାଈ ଙ୍କ ଉପରେ ଚଢିଗଲା ଟ୍ରକ: ୧୦ ମୃତ

ଖୋର୍ଦ୍ଧା ,(୦୮/୧୦):- ଟାଙ୍ଗି ର  ବଡପାରି ଛକ ନିକଟ  ଜାତୀୟ ରାଜପଥ ଉପରେ ଶୟନରତ ଥିବା ଗୋରୁଗାଈ ଙ୍କ ଉପରେ ଚଳନ୍ତା ଟ୍ରକ ଦଳିଚକଟି ପଳାଇଗଲା । ଏହି ଦୁର୍ଘଟଣାରେ ଗୋରୁଗାଈ ଙ୍କର କେବଳ ଯେ ମୃତ୍ୟୁ ହୋଇଛି ତା’ନୁହେଁ ବରଂ ଏକାଧିକ ଗୋରୁଗାଈ ଆହତ ହୋଇଛନ୍ତି । ମଦରଟେରେସା ଯୁବକ ସଂଘ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ପହଞ୍ଚି ଆହତଗୋରୁଗାଈ ଙ୍କ ସେବା ଶୁଶ୍ରୁଷା କରିଛନ୍ତି ।

ଅନ୍ୟ ପଟରେ ଗୋପାଳକ ମାନେ ନିଜ ନିଜ ଘରେ ଆଉ ଗୋରୁଗାଈ ଘରେ ନରଖି ପଦାକୁ ଛାଡ଼ି ଦେଉଛନ୍ତି ତେଣୁ ଘର ଗୁହାଳ ଛାଡ଼ି ଗୋରୁଗାଈ ରାସ୍ତାଘାଟରେ ବୁଲୁଛନ୍ତି ଏବଂ ଶୟନରତ ହେଉଛନ୍ତି । ଗାଡ଼ି ଚଳାଚଳ ବେଳେ ଗାଡ଼ି ଚାଳକ ବହୁ ହଇରାଣ-ହରକତ ହେବା ସହିତ ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି ଏଥିରେ ଲୋକଙ୍କ ସମେତ ଗୋରୁଗାଈ ଙ୍କ ଜୀବନ ହାନି ଘଟୁଛି ।

ଯଦି ଆମେ ସମସ୍ତେ ଗାଈ ଗୋରୁ ମାନଙ୍କୁ ଯତ୍ନ ନେବାନି ମାତ୍ର ଗାଈ କ୍ଷୀର ଖୋଜିବା କେମିତି ହେବ । ଗାଈ ଙ୍କୁ ବାହାରେ ଛାଡ଼ିବା ବନ୍ଦ ନ କରିବା ତାହେଲେ ଭବିଷ୍ୟତ ରେ ଦୁଗ୍ଧଜତ ଦ୍ରବ୍ୟ ପାଇବାରୁ ବଞ୍ଚିତ ହେବା ନିଶ୍ଚୟ । ତେଣୁ ଯୋଉ ମାନେ ଗାଈ ଗୋରୁ ପାଳନ କରୁଛନ୍ତି ସେମାନେ ତାଙ୍କର ଯତ୍ନ ନିଅନ୍ତି ବିଗତ ଦିନରେ ଯେମିତି ନେଉଥିଲେ ତେବେ ଆମେ ଆସୁଥିବା ପରିସ୍ଥିତି କୁ ସମ୍ଭାଳି ପରିବା ।

ରିପୋର୍ଟ: ପ୍ରସନ୍ନ କୁମାର ସ୍ୱାଇଁ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *