୨୦୦୦ ମସିହା ମହିଳା ମାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ବନ୍ଧୁମିଳନ ସମାରୋହ

ଖୋର୍ଦ୍ଧା,(୨୮/୧୨):-   ବୋଲଗଡ଼ ବ୍ଲକ ସ୍ଥାନୀୟ ନନ୍ଦୀଘୋଷ ଭବନ ପରିସରରେ ୨୦୦୦ ମସିହା ମହିଳା ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ବନ୍ଧୁମିଳନ ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟ ରାୟ ଓ ଦାଶରଥି ପଣ୍ଡା ଯୋଗ ଦେଇଥିଲେ। ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ୍ରୀମାନେ ଶିକ୍ଷକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।



ଏହି ଅବସରରେ ବାମନ ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚରେ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ ।ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ପ୍ରଥମା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରି ଥିବା ବେଳେ ରୋଜାଲିନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *