ଭୁବନେଶ୍ବର, ୦୫/୦୮: -ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଦେହାନ୍ତରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିଲେ। ଶ୍ରୀ ସୋରେନଙ୍କ ପ୍ରାର୍ଥୀବ ଶରୀର ଆଜି ଦିଲ୍ଲୀରୁ ଆସି ସି ଝାଡଖଣ୍ଡ ସ୍ଥିତ ତାଙ୍କ ଜନ୍ମସ୍ଥାନ ରାମଗଡଠାରେ ଶେଷକୃତ୍ୟ ସଂପର୍ଶ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳର ପ୍ରତିନିଧ ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶ୍ରୀ ମାରାଣ୍ଡିଙ୍କ ସହ ତିରିଙ୍ଗି ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସମାର, ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା, ଆନନ୍ଦ ଟୁଡୁ, ଦୁର୍ଗା ମାରାଣ୍ଡି, ନରେନ୍ଦ୍ର ହଂସଦା, ପୂର୍ବତନ ଅଧ୍ୟକ୍ଷ ଜେମାମଣୀ ସୁଣ୍ଠି, ସୁବୋଧ ମାରାଣ୍ଡି ଓ ପ୍ରିୟନାଥ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now