ଗୋପାଳପୁର ରେ ଖଣି ମନ୍ତ୍ରୀଙ୍କ ପୁତୁରାର ଆତଙ୍କରାଜ
ଶାସକ ଦଳଙ୍କ ପ୍ରୋତ୍ସାହନରେ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି : ବିଜେଡି

ଓକିଲଙ୍କ ପରିବାର ଉପରେ ବର୍ବୋରଚିତ ଆକ୍ରମଣ ..ବସ୍‌ରୁ ଭିଡିଆଣି ସ୍କୃ ଡ୍ରାଇଭରରେ ପେଟକୁ ଭୁଶିଲେ

୮ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ

Advertisement

ଭୁବନେଶ୍ବର, ୦୫/୦୮:-  ଇଂଜାମରେ ଲଗାତାର ଭାବେ ଅପରାଧ ଉପରମୁହାଁ ହୋଇଥିଲା ବେଳେ ଶାସକ ଦଳ ଏବଂ ମନ୍ତ୍ରୀଙ୍କ ପୁତୁରାଙ୍କ ଆତଙ୍କରାଜକୁ ଦୃଢ ନିନ୍ଦା କରିଛି ବିଜେଡି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ  ଭୃଗୁ ବକ୍ସିପାତ୍ର ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ସ୍ପଷ୍ଟ ଦିବାଲୋକରେ ଜଣେ ଓକିଲ ଓ ତାଙ୍କ ପରିବାର ଉପରେ ଯେଉଁଭଳି ନୃଶଂସ ଆକ୍ରମଣ କଲେ ତାହା ଅମାନବୀୟ । ଏହା ଜନସାଧାରଣଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ଜଣେ ମନ୍ତ୍ରୀଙ୍କ ପଦ ମର୍ଯ୍ୟଦାକୁ କ୍ଷୁଣ୍ଣ କରିଛି।

ଶ୍ରୀ ବକ୍ସିପାତ୍ର କହିଥିଲେ ଯେ, ଗତ ଜୁଲାଇ ୨୯ ତାରିଖ ଅପରାହ୍ନ ୪ଟା ବେଳେ ନିଜ ପୁଅର ମୁଣ୍ଡନ ସାରି ଭୈରବୀ ମନ୍ଦିରରୁ ସପରିବାର ଫେରିଲା ବେଳେ ଗୋଳନୁରା ଚଟି ଛକରେ ଆଡଭୋକେଟ ଟି. ଭାନୁମୂର୍ତ୍ତୀଙ୍କ ଗାଡି ଜଣେ ମୋଟରସାଇକେଲ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ଗ୍ରୋସରୀ ଦୋକାନ ସାମ୍ନାରେ ପଡିଥିବା ସିମେଣ୍ଟ କଂକ୍ରିଟ ପ୍ଲେଟ ଉପରେ ଚଢିଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନୀ ଜଣଙ୍କ ଟି.ଭାନୁମୂର୍ତ୍ତୀ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଟେଲିଫୋନ ଯୋଗେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କୁ ଡକାଇଥିଲେ । ତତ୍‌କ୍ଷଣାତ ଘଟଣାସ୍ଥଳରେ ମନ୍ତ୍ରୀଙ୍କ ପୁତୁରା ନିଜ ସ‌ହଯୋଗୀଙ୍କ ସ‌ହ ପହଞ୍ଚି ଟି.ଭାନୁମୂର୍ତ୍ତୀ ଓ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥୁରୁ ମହିଳାମାନେ ମଧ୍ୟ ବାଦ ପଡିନଥିଲେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଅଛି। ପ୍ରାଣ ଭୟରେ ଓକିଲଙ୍କ ଭଣଜା ରାସ୍ତାରେ ଯାଇଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ବସରେ ଚଢି ପଳାଇଲା ବେଳେ ମନ୍ତ୍ରୀଙ୍କ ଘର ‘ବନ୍ଦେମାତରମ୍ ଭବନ ନିକଟରେ ବସ୍‌କୁ ଅଟକାଇ ଓକିଲ ଟି.ଭାନୁମୂର୍ତ୍ତୀଙ୍କ ଭଣଜାଙ୍କୁ ଗାଡି ଭିତରୁ ଘୋଷାଡି ଆଣି ମନ୍ତ୍ରୀଙ୍କ ପୁତୁରା ଓ ତାଙ୍କ ସହ‌ଯୋଗୀମାନେ ସ୍ଫୁତ୍ରାଇଭରରେ ତାଙ୍କ ପେଟକୁ ବାରମ୍ବାର ଭୁଶିଥିଲେ। ଦୁର୍ଭାଗ୍ୟର କଥା ଘଟଣାସୁଳର ଅତି ନିକଟରେ ପୋଲିସ ଷ୍ଟେସନ ଥିଲେ ମଧ୍ୟ ଖବର ପାଇ ପୋଲିସ ପହଞ୍ଚିନଥିଲେ। ଗୁରୁତର ଅବସ୍ଥାରେ ଓକିଲଙ୍କ ଭଣଜା ଏମ୍‌କେସିଜିରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଓକିଲଙ୍କ ସ୍ତ୍ରୀ, ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରାଙ୍କ ସମେତ ୯ଜଣଙ୍କ ନାଁରେ ଗୋଳନୁରା ଥାନାରେ ଏତଲା ଦେଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଜିଯାଏଁ ଗିରଫ ହୋଇନାହାନ୍ତି। ଓକିଲ ଟି.ଭାନୁମୂର୍ତ୍ତୀ ଲିଖୁତ ଭାବେ ଏ ବିଷୟ ଗଂଜାମ ବାର୍ ଆସୋସିଏସନକୁ ଜଣାଇଲା ପରେ ବାର୍ ଆସୋସିଏସନ ପକ୍ଷରୁ କୌଣସି ଅଭିଯୁକ୍ତଙ୍କ ସପକ୍ଷରେ ନଲଢିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓକିଲ ସମାଜର ପ୍ରତିକ୍ରିୟା ଦେଖ୍ ଉପରଠାଉରିଆ ଭାବେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ, ମନ୍ତ୍ରୀଙ୍କ ବଡ ଭାଇର ପୁଅ ଦୀପକ ଜେନା ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।

ସେହିପରି ଭାବେ ଡ. ମହାନ୍ତି କହିଥିଲେ, ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାର ଦ୍ରୁତ ଅବନତି ଘଟିଛି। ବିଏମ୍‌ସିରେ ଅଫିସରଙ୍କୁ, ଚିଲିକା ଏବଂ ପିପିଲିରେ ସାମ୍ବାଦିକଙ୍କୁ ଓ ଗୋପାଳପୁରରେ ଓକିଲଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ରାଜ୍ୟରେ ଗୁଣ୍ଡାରାଜ ପ୍ରତିଷ୍ଠାର ଗୋଟିଏ ଗୋଟିଏ ନମୁନା । ଗଂଜାମ ଜିଲ୍ଲାରେ ଖଣି ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ବାଲି, ମୋରମ ଆଦି ଚୋରା ଚାଲାଣ ଲାଗି ସରକାରୀ ରାଜସ୍ଵ ଅଧା କମିଯାଇଥିବା ବେଳେ ମାଫିଆଙ୍କ ଦୌରାତ୍ମୀୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅପରାଧ ଉପରମୁହାଁ ହୋଇଛି। ନିକଟରେ ଉପବାଚସ୍ପତି ଚିଠି ଲେଖୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ଓ ଅପରାଧ ଅହେତୁକ ବୃଦ୍ଧି ଘଟିଛି ବୋଲି କହିବା ସହିତ ୟୁପି ମଡେଲକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଓଡିଶାରେ ପ୍ରଚଳିତ ଆଇନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ବଡ ଭାଇଙ୍କ ପୁଅ ଦୀପକ ଜେନା ଗିରଫ ହେବେ ନା ରାଜ୍ୟ ବିଜେପି ସରକାର ୟୁପି ମଡେଲ ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡଃ ମହାନ୍ତି ପ୍ରଶ୍ନ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *