ଖୋର୍ଦ୍ଧା, (ଶୁଭ ଖବର ):- ବେଗୁନିଆ ସଦର ମହକୁମାସ୍ଥିତ ଭରଷା ଚାରି ଟେବୁଲ ଟ୍ରଷ୍ଟ ପରିସରରେ ଶ୍ୱେତପଦ୍ମା ଓ କୃଷ୍ଣ ଚୂଡ଼ା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ସମ୍ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ କୃଷ୍ଣ ଚୂଡ଼ା ସାହିତ୍ୟ ସଂସଦ ର ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ତା ପରେ ଶ୍ୱେତ ପଦ୍ମା ସାହିତ୍ୟ ସଂସଦର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ତାଙ୍କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ. ବୈରାଗୀ ଚରଣ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପବିତ୍ର କୁମାର ସୁବୁଦ୍ଧି, ସମ୍ମାନୀତ ଅତିଥି ଭାବରେ କାଳନ୍ଦୀ ଚରଣ ପଟ୍ଟନାୟକ, ଅବସରପ୍ରାପ୍ତ ଜିଲ୍ଳା ଶିକ୍ଷା ନିରୀକ୍ଷକ ଯୋଗ ଦେଇ ସାମ୍ପ୍ରତିକ ସମାଜ ସାହିତ୍ୟ ମାଧ୍ୟମରେ ହିଁ ପରିବର୍ତ୍ତନ ହୋଇପାରିବ ବୋଲି ନିଜେ ନିଜର ମତ ଦେଇଥିଲେ

ଉକ୍ତ କବିତା ଆସରରେ ବସନ୍ତ କୁମାର ରଣସିଂହ,ବାସନ୍ତୀ ପ୍ରଧାନ , ଇ. ପଦ୍ମନାଭ ପରିଡ଼ା, ଶ୍ରୀବତ୍ସ ପାଣିଗ୍ରାହୀ, ଦିଲ୍ଲୀପ ପାଣିଗ୍ରାହୀ,ପ୍ରକାଶ କୁମାର ସେଠୀ, ମମତା ମଞ୍ଜରୀ ଦେବି,ହର ପ୍ରିୟା ଦ୍ୱିବେଦୀ , ଲାଲା ଦିଲୀପ କୁମାର ରାୟ,ରାଧାମଣୀ ସାହୁ, ନୃସିଂହ ଛୋଟରାୟ,ବାସୁଦେବ ବେହେରା, ରବିନାରାୟଣ ମଙ୍ଗରାଜ,ସବିତା ଶୁକ୍ଳା,କୋଷାଧ୍ୟକ୍ଷ ସୋମନାଥ ସାହୁ, ଲକ୍ଷ୍ମୀଧର ମହାରଣା, କବୟତ୍ରୀ ଗୀତାଞ୍ଜଳି ମହାପାତ୍ର, ନିତ୍ୟାନନ୍ଦ ସାହୁ, ପରମାନନ୍ଦ ସ୍ୱାଇଁ, ଘନଶ୍ୟାମ ରାଉତ, ମିହିର କୁମାର ଆଚାର୍ଯ୍ଯ ପ୍ରମୁଖ ଭାଗ ନେଇଥିଲେ। କବି କାଶୀନାଥ ପଟ୍ଟନାୟକ ଓ ନିଶିକାନ୍ତ କହଲସିଂହଙ୍କ ସଂଯୋଜନା ଲୋକଙ୍କ ମନଙ୍କୁ ଛୁଇଁ ଥିଲା।ଶେଷରେ ସହ ସମ୍ପାଦକ ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
