ଅଳିଆ ଗଦା ଦେଇ ପଞ୍ଚମ ଦ୍ବାର ଖୋଲିବା ପରେ, ସୁରକ୍ଷାକୁ ନେଇ ପ୍ରଶ୍ନ

ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ ରେ ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁବୁଲାଉଛନ୍ତି ବିଜେପି ସରକାର : ବିଜେଡି

ରିଜର୍ଭ ବ୍ୟାଙ୍କ ସହାୟତା ଆଳରେ ଆହୁରି ତିନି ମାସ ଘୁଞ୍ଚାଇଲେ ସରକାର

ଗତ ଏକବର୍ଷ ହେଲା ରତ୍ନଭଣ୍ଡାର ବାହାରେ ଠାକୁରଙ୍କ ମୂଲ୍ୟବାନ ରତ୍ନ ରହିଛି

ଭୁବନେଶ୍ୱର:- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି । ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ ବୋଲି କହିବା ଦୁର୍ଭାଗ୍ୟଜନକ ।

ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି ବୋଲି ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ପୂର୍ବରୁ ଗଣତି ମଣତି ସମୟରେ କେବେ ରିଜର୍ଭ ବ୍ୟାଙ୍କର ସହାୟତା ନିଆ ଯାଇଥିଲା କି ? ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ଗଣତି ମଣତି ସମୟରେ ରିଜର୍ଭ ବ୍ୟାଙ୍କର ସହାୟତା ନେବା ବ୍ୟବସ୍ଥା ରହିଛି କି ? ଯଦି ନାହିଁ ଢେଉଁ କାରଣ ପାଇଁ ଏହାକୁ ରିଜର୍ଭ ବ୍ୟାଙ୍କ ନାମରେ ବିଳମ୍ୱିତ କରିବାକୁ ଚେଷ୍ଟା କରାଯାଉଛି।

ରତ୍ନ ଭଣ୍ଡାରର ଗଣତି ମଣତି କରିବା ପରିବର୍ରେ ଗତ ଏକ ବର୍ଷ ଧରି ଠାକୁରଙ୍କ ବହୁ ମୂଲ୍ୟ ଅଳଙ୍କାର ସମୂହ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଅଳିଆ ଗଦା ମାଧ୍ୟମରେ ସୃଷ୍ଟି ହୋଇଥିବା ପଞ୍ଚମ ଦ୍ବାର ଦେଇ କିଛି ଲୋକ ପ୍ରବେଶ କରୁଥିବା ଦୃଶ୍ୟ ଓଡିଶାବାସୀଙ୍କୁ ବିଚଳିତ କରିବା ସହିତ ରତ୍ନ ଭଣ୍ଡାର ବାହାରେ ଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ, ସେନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି। ରାଜ୍ୟ ସରକାର ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଆଉ ଅଧ‌ିକ ରାଜନୀତି ନକରି ଜଳ ସାଧାରଣଙ୍କ ମଳରୁ ସନ୍ଦେହ ଦୂର କରନ୍ତୁ ବୋଲି କହିଛନ୍ତି ଡଃ ମହାନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *