ଖୋର୍ଦ୍ଧା,୧୧ା୭: ଖୋର୍ଦ୍ଧା ନିକଟବର୍ତୀ ତାପଙ୍ଗ ଅଂଚଳ ରେ ଥିବା କଳିଙ୍ଗ କଳା ପଥରଖଣି ର ନିଲାମ ମୂଲ୍ୟ ଧାର୍ଯ୍ୟ ଠାରୁ ଅଧିକ ହୋଇଥିବାରୁ ଆଂଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କ ରେ ଆଂଚଳିକ କ୍ରସର ମାଲିକ ସଙ୍ଘ ତାପଙ୍ଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସଙ୍ଘ ର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତରାୟ କହିଛନ୍ତି ପୂର୍ବରୁ ୧୭୦ ଟଙ୍କା କୁ୍ୟବିକ ମିଟର ପିଛା ଥିବାବେଳେ ଖଣି ନିଦେ୍ର୍ଦଶାଳୟ ତରଫରୁ କଳିଙ୍ଗ କଳା ପଥର ଖଣି ର କ, ଖ, ଗ ଖଣି ଗୁଡିକର ମୂଲ୍ୟ ଧାର୍ଯ୍ୟ ଠାରୁ ଅତ୍ୟଧିକ ହୋଇଛି । ଯାହା ୩୫୪ ଟଙ୍କା +୧୩୦ ଏବଂ ସରକାରଙ୍କର ନୀତିନିୟମ ଅନୁସାରେ ବଢ଼ି ୫୦୦ ଟଙ୍କା କୁ୍ୟବିକ୍ ମିଟର ହେଇଥିବାବେଳେ ସେହି ଖଣି ନିଦେ୍ର୍ଦଶାଳୟ ର ଇସ୍ତାହାର ରେ ଟାଙ୍ଗେଣୀ କଳା ପଥର ଖଣି ର ମୂଲ୍ୟ ୧୭୦ ଟଙ୍କା କୁ୍ୟବିକମିଟର ପିଛା ରହିଛି ।
ଏଣୁ ଆଂଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳିଙ୍ଗ କଳା ପଥର ଖଣି ର ବର୍ଦ୍ଧିତ ଧାର୍ଯ୍ୟ ମୂଲ୍ୟ କୁ ପ୍ରତ୍ୟାହାର କରାଯାଇ ପୂର୍ବ ଭଳି ୧୭୦ ଟଙ୍କା କୁ୍ୟବିକ ମିଟର ପିଛା ମୂଲ୍ୟ ରଖାଯାଉ ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଇଛି । ଉକ୍ତ ଖଣିର ନିଲାମ ରେ ଭାଗ ନେଇଥିବା ସମସ୍ତ ସଦସ୍ୟ ମାନଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି କି ବର୍ଦ୍ଧିତ ମୂଲ୍ୟ ରେ ନିଲାମ ନେଲେ ତାପଙ୍ଗ ଏବଂ ତାହାର ଆଖପାଖ ଅଂଚଳ ରେ ଥିବା ୩୬୭ କ୍ରସର କୁ କଂଚାମାଲ ବର୍ଦ୍ଧିତ ଦର ରେ ନେଇ ଚାଲି ପାରିବ ନାହିଁ । ଅଂଚଳ ର ବେକାର ସଂଖ୍ୟା ବହୁ ମାତ୍ରା ରେ ବୃଦ୍ଧି ପାଇବ ଏବଂ ପ୍ରତେକ୍ଷ ଓ ପରୋକ୍ଷ ଭାବରେ କ୍ରସର ଶିଳ୍ପ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ମାନଙ୍କର ଆର୍ଥôକ ଅବସ୍ଥା ସଙ୍କଟାପନ୍ନ ହେବ । ଏଣୁ ନିଲାମ ରେ ଭାଗନେଇଥିବା ବ୍ୟକ୍ତି ମାନେ ଆଂଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ସହ ଯୋଗାଯୋଗ କରି ବର୍ଦ୍ଧିତ ଦର କୁ ପ୍ରତ୍ୟାହାର କରିବା ପାଇଁ ସରକାର ନିକଟରେ ଦାବୀ ଉପସ୍ଥାପନା କରିବାକୁ ଅନୁରୋଧ କରାଯାଇଛି । ବର୍ଦ୍ଧିତ ଦରରେ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ନିଲାମ ନେଲେ ତାକୁ ଆଂଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ତୀବ୍ର ବିରୋଧ କରିବବୋଲି ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀଯୁକ୍ତ ସାମନ୍ତରାୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଅନୀଲ ଅଗ୍ରୱାଲ, ସହ-ସମ୍ପାଦକ ଜ୍ୟୋତିରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ସୁଶାନ୍ତ ପାହାନ୍ତାସିଂହ, ଉପସଭାପତି ତଥା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଫିରୋଜ ଖାନ୍ (ବୁଲୁ), ଉପସଭାପତି ଅଜୟ କୁମାର ସାମନ୍ତରାୟ, ସଦସ୍ୟ ଯୋଗିନାଥ ବାହୁବଳେନ୍ଦ୍ର, ବିଜୁ ଅରିସଲ, ପୃଥ୍ୱୀରାଜ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତଥିଲେ । ମଂଚ ତଳେ ସଂଘ ର ସମସ୍ତ ସଦସ୍ୟମାନେ ଉପସ୍ଥିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
