ପ୍ରଧାନ ଶିକ୍ଷୟିତ୍ରୀ ନମିତାରାଣୀ ରାୟ ସାମନ୍ତଙ୍କ ଅବସର ସମ୍ବର୍ଦ୍ଧନା

ମା’ର ସ୍ନେହ ଦେଇ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିଦ୍ୟାଦାନ କରିବା ବିଧେୟ

ଖୋର୍ଦ୍ଧା,(୩୦/୦୬):- ଖୋର୍ଦ୍ଧା ସାମନ୍ତରାପୁର ସରକାରୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନମିତାରାଣୀ ରାୟସାମନ୍ତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୈ।ର ପରିଷଦର ଅଧ୍ୟକ୍ଷ କନକ ଲକ୍ଷ୍ମୀ ମହାନ୍ତି, ମୁଖ୍ୟ ଅତିଥି, ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋନାଲିସା ନାୟକ ସ୍ୱତନ୍ତ୍ର ଅତିଥି ଏବଂ ରାଜ୍ୟ ୟୁଜିମିଇ ସ୍କୁଲ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଶତପଥୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତରାୟ, କାଉନସିଲର ପ୍ରବୀଣା ଜଗଦ୍ଦେବ, କାଉନସିଲର କମଳ କୁମାର ପ୍ରଧାନ, ବିଦ୍ୟାଳୟ ସଭାପତି ସୁକାନ୍ତ ପୃଷ୍ଟି, ଶିକ୍ଷକ ସଂଘ ନେତା ହୃଷିକେଶ ମିଶ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଲକ୍ଷ୍ମୀପ୍ରିୟା ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Advertisement

ଅନ୍ୟମାନଙ୍କ ମଧ୍ୟରେ ଡ଼.ବୃନ୍ଦାବନ ପଣ୍ଡା, ଡ଼.ଚପଳା କୁମାରୀ ପଣ୍ଡା, ଗୋପାଳ ଚନ୍ଦ୍ର ତ୍ରିପାଠୀ, ପ୍ରସନ୍ନ କୁମାର ମହାପାତ୍ର, ଶେଷଦେବ ଛୋଟରାୟ, ପ୍ରହଲ୍ଲାଦ ବାରିକ, ସରୋଜିନୀ ସୁନ୍ଦରା, ହରପ୍ରିୟା ମହାରଣା, କ୍ଷଣପ୍ରଭା ସାହୁ, ପ୍ରିୟମ୍ବଦା ପ୍ରଧାନ, ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।  ନମିତା ରାଣୀ ରାୟ ସାମନ୍ତଙ୍କ ଅବସର ସ୍ମରଣିକା ‘ସଂଘର୍ଷରୁ ସମ୍ମାନ ପର୍ଯ୍ୟନ୍ତ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ତାଙ୍କୁ ନିଜ ବିଦ୍ୟାଳୟ ତଥା ଅନ୍ୟ ବିଦ୍ୟାଳୟମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେଇ ସେ କହିଥିଲେ ଶିକ୍ଷକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ପାଠୋନ୍ନତି, ନୈତିକ ଶିକ୍ଷା ସର୍ବୋପରି ବିଦ୍ୟାଳୟକୁ ଶୟନେ ସ୍ୱପନେ ଜାଗରଣେ ଧ୍ୟେୟ ରଖିବା ଉଚିତ । ମା’ର ସ୍ନେହ ଦେଇ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିଦ୍ୟାଦାନ କରିବା ବିଧେୟ । ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ, ଅନିଷା ତ୍ରିପାଠୀ, ସୁଚିସ୍ମିତା ସୁବୁଦ୍ଧି, ମଧୁସ୍ମିତା ଗୁରୁମାଙ୍କ ଗୁଣାବଳୀ ବର୍ଣ୍ଣନା କରିଥିବା ବେଳେ ଛାତ୍ରୀ ସ୍ମୃତିପ୍ରଭା ବେହେରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ କ୍ଷଣପ୍ରଭା ସାହୁ ଅତିଥି ପରିଚୟ ଦେଇଥିବା ବେଳେ ସୁଜାତା ମିଶ୍ର ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଙ୍କ ବ୍ୟତୀତ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *