ଉଦଯାପିତ ହେଲା ଗୁଡୁମ୍ ରଜ ମହୋତ୍ସବ

ଖୋର୍ଦ୍ଧା : – (ଶୁଭ ଖବର)ବେଗୁନିଆଁ ବ୍ଲକର ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଗୁଡୁମ୍ ଗ୍ରାମର ଗ୍ରାମ ଦେବତୀ ମା ରାମଚଣ୍ଡୀଙ୍କ ପବିତ୍ର ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ରଜ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ବକ୍ତା ଭାବେ କ୍ୟାପଟେନ ମନ୍ମଥ ରାଉତରାୟ, ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦର କାଉନସିଲର ପ୍ରବୀଣ। ଜଗଦେବ ରାୟ , ବେଗୁନିଆ ବ୍ଲକ୍ ଉପାଧ୍ୟକ୍ଷ। ଙ୍କ ପ୍ରତିନିଧି ସୁଶାନ୍ତ ମହାପାତ୍ର, ସ୍ଥାନୀୟ ସରପଞ୍ଚ ,ପୂର୍ବତନ ଜିଲ୍ଲା ପରିଷଦ, ସମାଜସେବୀ ଅଧିକାରୀ ସାମନ୍ତ ସିଂହାର, ବିରଞ୍ଚି ଜଗଦେବ ପ୍ରମୁଖ ଯୋଗଦେଇଥିଲେ ।

ମା ରାମଚଣ୍ଡୀ ଙ୍କ ପୀଠରେ ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ମା               ଙ୍କ ଆଶିଷ ଭିକ୍ଷା କରୁଛନ୍ତି ଅତିଥି ବୃନ୍ଦ

ପ୍ରଥମେ ସମସ୍ତ ଅତିଥି ବୃନ୍ଦ ଅଞ୍ଚଳ ବାସୀଙ୍କ ଶୁଭ ମନାସି ମା ରାମଚଣ୍ଡୀ ଙ୍କ ଆଶିଷ ଭିକ୍ଷା କରିଥିଲେ । ତତ୍ପରେ ରଜ ମହୋତ୍ସବ କମିଟି ଦ୍ଵାରା ଆୟୋଜିତ ମହୋତ୍ସବ ମଞ୍ଚ ରେ ପଦାର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଯାପନୀ ସଂଧ୍ୟା କୁ ଉଦ୍ଘାଟନ କରିଥିଲେ।

Advertisement

ମହୋତ୍ସବ ମଞ୍ଚ ଉଦ୍ଘାଟନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରୁଛନ୍ତି ଅତିଥି


କମିଟି ର ସମ୍ପାଦକ ଜୟନ୍ତ କୁମାର ମିଶ୍ର  ଅତିଥି ମାନଙ୍କର ସ୍ଵାଗତ ସମ୍ବର୍ଦ୍ଧନା ସହ ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ବିଧାୟକ ଶ୍ରୀ ସାହୁ ଗ୍ରାମାଞ୍ଚଳ ରେ ଏପରି ଏକ ମହୋତ୍ସବ ଆୟୋଜନ କୁ ପ୍ରଶଂସା କରିବା ସହ ତାଙ୍କ ବକ୍ତବ୍ୟ ରେ ଏ ଅନୁଷ୍ଠାନ ତଥା ଅଞ୍ଚଳ ର ବିକାଶ ନିଶ୍ଚୟ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ । ସେହିଭଳି ମୁଖ୍ୟ ବକ୍ତା ଶ୍ରୀ ରାଉତରାୟ ଯୁବଗୋଷ୍ଠୀ କୁ ପ୍ରଶଂସା କରିବା ସହ ସମସ୍ତେ ଆମ ସହ ସାମିଲ୍ ହେବାକୁ କହିଥିଲେ ।

ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଅଭିଭାଷଣ

ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ ମହୋତ୍ସବ ହେଉଛି ବିକାଶ ର ମଞ୍ଚ । ଏହି ମଞ୍ଚ ଅତିଥି ମାନେ ଅଞ୍ଚଳ ର ବିକାଶ କଥା କୁହନ୍ତି ଯେମିତି ବିଗତ ଦିନରେ ଏହି ମଞ୍ଚ ରେ ଯାହା କହିଥିଲି ତାହା ଆପଣ ମାନଙ୍କ ସହଯୋଗ ରେ କାର୍ଯ୍ୟ ରେ ପରିଣତ କରିଛି ।ଅନ୍ୟତମ ଅତିଥି ମାନେ ଅଞ୍ଚଳ ର ବିକାଶ ଓ ଅନୁଷ୍ଠାନ ର ବିକାଶ ରେ ସେ ସହାୟକ ହେବେ ବୋଲି କହିଥିଲେ।  ଶେଷ ରେ ମହୋତ୍ସବ କମିଟି ର ସଭାପତି ପଲଟୁ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *