ସରକାରୀ କଳର ଅପବ୍ୟବହାର ସତ୍ତ୍ବେ, ବିଜେଡି ବିଜୟ ହେବ: ବିଜେଡି

ରାଜ୍ୟ ନିର୍ବାଚନ ଇତିହାସରେ, ଏହି ଉପନିର୍ବାଚନ ଏକ

କଳଙ୍କମୟ ଅଧ୍ୟାୟ

Advertisement

ନିର୍ବାଚନ ଆଚରଣ ବିଧୂ ଉଲଂଘନ କେବଳ ବିରୋଧୀ ଦଳଙ୍କ ପାଇଁ ଥୁଲା

ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ସାଜିଥିଲେ

ଭୁବନେଶ୍ୱର,( ୧୨/୧୧): – ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧ‌ିର ଖୋଲା ଭଙ୍ଗୁଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛି ବିଜେଡି।

ଶଙ୍ଖ ଭବନରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ଦଳର ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଟୁକୁନି ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି  ଇପ୍ସିତା ସାହୁ, ନୂଆପଡା ଉପନିର୍ବାଚନରେ ହୋଇଥୁବା ବିଭିନ୍ନ ଅନିୟମିତତା ଓ ସରକାରୀ କଳର ଅପବ୍ୟବହାରର ବିସ୍ତୃତ ତାଲିକା ପ୍ରଦାନ କରିବା ସହିତ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ।



ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଦ୍ବାରା କରାଯାଇଥିବା ବିଭିନ୍ନ ଆଚରଣ ବିଧ‌ି ଭଙ୍ଗୁଘନ ଗୁଡିକୁ ଆମେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଯାହାକୁ ଆପଣ ମାନେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଶାଢ଼ୀ ଓ ଟଙ୍କା ବଣ୍ଟନ କରାଗଲା ଯାହାର ପ୍ରାମାଣିକ ତଥ୍ୟ ସହିତ ଆମେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲୁ । ସେହିପରି, ପୂର୍ବତନମନ୍ତ୍ରୀ  ପ୍ରୀତି ରଞ୍ଜନ ଘଡ଼ାଇଙ୍କ ବାସସ୍ଥଳୀ ଉପରେ ବିନା ସର୍ଚ୍ଚ ଓ୍ବାରେଣ୍ଟରେ ଚଢ଼ାଉ କରାଯାଇଥୁଲା ଓ ବିଜେଡିର ସ୍ଥାନୀୟ ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ କରାଯାଇଥିଲା। ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟରକୁ ତିନି ଘଣ୍ଟା କାଳ ବିଳମ୍ବ କରାଯାଇଥିଲା । ସାଇଲେଣ୍ଟ ପିରିଅଡରେ ବିରୋଧୀ ଦଳର ନେତା ମାନେ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଛାଡି ଦେଇଥିବା ବେଳେ ବିଜେପିର ନେତା ମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟ ଜାରି ରଖୁଥ‌ିଲେ । ନିର୍ବାଚନ ଚାଲିଥିବା ବେଳେ ବିଜେପି ତରଫରୁ ବୁଥ ଭିତରେ କ୍ୟାମ୍ପେନିଂ କରାଯାଉଥିଲା । ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ଉଙ୍କୁଘନ କାର୍ଯ୍ୟର ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥୁଲା । ବିଜେପିର ସମସ୍ତ ଆଇନ ଉଲଂଘନ ଉଦ୍ୟମ ସତ୍ତ୍ବେ, ନୂଆପଡା ବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ତେଣୁ, ଚଉଦ ତାରିଖ ଦିନ ଫଳାଫଳ ଘୋଷଣା ହେବା ବେଳେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି କରିଥିଲେ।

ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ନିର୍ବାଚନ ଆଚରଣ ବିଧ‌ି ଭଙ୍ଗୁଘନ କ୍ଷେତ୍ରରେ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାରେ, ବିଜେପି ସମସ୍ତ ସୀମା ଉଲଂଘନ କରିଛି, ଯାହା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ୨୫୦ ନମ୍ବର ବୁଥରେ ଇଭିଏମରେ ଭୋଟିଂ ବେଳେ ଯେ କୌଣସି ବଟନ ଚିପିଲେ ପଦ୍ମଫୁଲକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ତାକୁ ମଧ୍ୟ ଚାପି ଦିଆ ଯାଇଥିଲା। ଏଇ ସବୁକୁ ଅନୁଶୀଳନ କଲେ, ନୂଆପଡା ଉପନିର୍ବାଚନରେ ମୁକ୍ତ ଓ ଅବାଧ ନିର୍ବାଚନ ହେବା ଭଳି ଏକ ପ୍ରହସନରେ ପରିଣତ ହୋଇଥିଲା।

ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ସମଗ୍ର ଉପନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଭୂମିକା ଯେଉଁଭଳି ସରକାରୀ ଦଳକୁ ଜିତାଇବାକୁ ଖୋଲା ଖୋଲି କାର୍ଯ୍ଯ କରୁଥିଲେ, ତାହା ରାଜ୍ୟର ନିର୍ବାଚନ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ । ଯେଉଁଭଳି ଭାବେ କାର୍ଯ୍ୟରତ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ବ ଦିଆଯାଇଥିଲା, ତାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଏକ ସୁଚିନ୍ତିତ ଯୋଜନା ଥିଲା। ଆଶ୍ଚର୍ଯ୍ୟଜନକ ଭାବେ, ହିମାଂଶୁ ଲାଲଙ୍କ ନେତୃତ୍ୱରେ ସମଗ୍ର ପୋଲିସ ପ୍ରଶାସନ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । ସାଇଲେଣ୍ଟ ପିରିଅଡରେ, ପୋଲିସ ପ୍ରୋଟେକସନରେ ବିଜେପି କର୍ମୀ ମାନେ ଟଙ୍କାବଣ୍ଟା କାର୍ଯ୍ୟ ସମ୍ପର୍ଶ କରିଥିଲେ। ବିଜେଡି କର୍ମୀ ଏହାର ଅଭିଯୋଗ ଆଣିବା ପରେ, ପୋଲିସ ଟଙ୍କା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଅଭିଯୋଗ ଆଣିଥିବା ବିଜେଡି କର୍ମୀଙ୍କ ଅଟକ ରଖିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *