ଖୋର୍ଦ୍ଧା :- ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟସ୍ତରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୪୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଜାତା ଚକ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ତଥା ବିଚାରକ ଭାବେ ପି. ଏନ୍. ଅଟନୋମସ୍ କଲେଜର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ , ବିଚାରକ ଭାବେ ବି.ଜେ.ବି ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷା ଡଃ.ସବିତା ଦାସ୍ ଯୋଗ ଦେଇଥିଲେ |

ବାଲ୍ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ରେ ଲକ୍ଷ୍ମୀପ୍ରିୟା ସୁବୁଦ୍ଧି , ଶ୍ରେଣୀ -ଏକାଦଶ ( ମନୋରଞ୍ଜନ ଗାଣିତିକ ପ୍ରତିରୂପ) ରେ ପ୍ରଥମ , ରିତେଶ ଭୁଜବଳ , ଶ୍ରେଣୀ ଅଷ୍ଟମ (ଉନ୍ନତ ଚାଷ) ରେ ଦ୍ଵିତୀୟ ଓ ପ୍ରିୟଙ୍କା ପ୍ରୀୟଦର୍ଶନୀ ସାହୁ, ଶ୍ରେଣୀ -ସପ୍ତମ(ସବୁଜ ଶକ୍ତି) ରେ ତୃତୀୟ ହୋଇଥିଲେ।
ଠିକ୍ ସେହିପରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ପ୍ରଥମ ରେ ଶିବପ୍ରସାଦ ମହାନ୍ତି, ଶ୍ରେଣୀ ଅଷ୍ଟମ, ଦ୍ଵିତୀୟ ରେ ଶ୍ରୀୟାଁଂଶ ପାଣିଗ୍ରାହୀ, ଶ୍ରେଣୀ ସପ୍ତମ ଓ ତୃତୀୟରେ ଅଂଶୁମାନ ବଳିଆର ସିଂହ ହୋଇଥିଲେ।

ଜୀବ ବିଜ୍ଞାନ ଶିକ୍ଷୟିତ୍ରୀ ଅନିନ୍ଦିତା ସାହୁ ମାର୍ଗ ଦର୍ଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ଶିବ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
