ଆଜି ପବିତ୍ର ବଡ଼ଓଷା ପରବ

ଚଳ ଚଞ୍ଚଳ ଗୁରୁଜଙ୍ଗ ଧବଳେଶ୍ୱରପୀଠ

ଶ୍ରଦ୍ଧାଳୁଙ୍କ ଏବଂ ମାନସିକଧାରୀଙ୍କ ଅଟକାଳି ଭୋଗ ପାଇଁ ଭିଡ଼

ଖୋର୍ଦ୍ଧା,( ୦୩/୧୧) :ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ଧବଳେଶ୍ଵର ପୀଠ ରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ସମାଗମ ପୌରାଣିକ ସମୟ ରୁ ଏଠାରେ ପ୍ରଭୁ ଧବଳେଶ୍ଵର ଙ୍କୁ ପୂଜା ଅର୍ଚ୍ଚନା କରାଯାଉଛି। ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ବଡ଼ଓଷା ଉପଲକ୍ଷେ ଅ।ରମ୍ଭ ହୋଇଛି ପୂଜାର୍ଚ୍ଚନା ଚଳିତ ବର୍ଷ କାର୍ତ୍ତିକ ମାସ ଶେଷ ସୋମବାର ତିଥ୍ ଠାରୁ ପ୍ରଭୁ ଧବଳେଶ୍ଵର ଙ୍କ ଠାରେ ଜଳଲାଗି ଏବଂ ପୂଜା କରିବା ଲାଗି ଭକ୍ତ ଙ୍କ ସମାଗମ ହୋଇଛି ।ଲମ୍ବଧଡ଼ି ରେ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରୁଛନ୍ତି ।ବଡ଼ଓଷା ଦିନ ପାହାନ୍ତା ୩ଟା ସମୟ ରୁ ଧବଳେଶ୍ଵର ଙ୍କ ଥରେ ଘିଅ, ଲହୁଣୀ, ମହୁ, କ୍ଷୀର, ନବାତ ରେ ମାଜଣା କରାଯିବ ପରେ ଠାକୁରଙ୍କ ରୀତି ନୀତି ଶଙ୍ଖୁଡ଼ି ଭୋଗ କରାଯାଇ ସର୍ବ ସାଧାରଣ ଙ୍କ ଲାଗି ଦର୍ଶ ନ ଆରମ୍ଭ ହେବ। ଏହି ଦିନ ଅନେକ ଭକ୍ତ ଦୂର ଦୁରାନ୍ତରୁ ଅ।ସି ପ୍ରଭୁଙ୍କ ନିକଟରେ ପୂଜା କରି ପାଦୁକ ପାଇ ଉପବାସ ରହିଥାନ୍ତି ମାନସିକ ଧାରୀ ମାନେ ଅଟକାଲି ଭୋଗ, ଗଜ ଭୋଗ କରିଥାନ୍ତି । ବଡ଼ଓଷା ଦିନ ପାହାନ୍ତା ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା, ଦର୍ଶନ ରୀତି ନୀତି ଋଲିଥାଏ ସନ୍ଧ୍ୟା ସମୟ ରେ ରେ ଠାକୁରଙ୍କ ବେଢ଼ା ପରିକ୍ରମା ହୋଇଥା ରଥାଏ ପବିତ୍ର ବଡ଼ଓଷା ଏବଂ କାର୍ଷିକ ପୂର୍ଣିମା କୁ ଶାନ୍ତି ଶୃଙ୍ଖଳା ରେ ସମାହିତ କରିବାକୁ ଟ୍ରଷ୍ଟି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଧବଳେଶ୍ଵର ଟ୍ରଷ୍ଟି ବୋର୍ଡ ସହ ସେବାୟତ ସଂଘ କମିଟି ସଭ୍ୟ ଏବଂ ପ୍ରଶାସନିକ ସହଯୋଗ ରେ ଏହି ବଡ଼ଓଷା ଯାତ୍ରା, ପୂଜାର୍ଚ୍ଚନା, ଦର୍ଶନ, ଅଟକାଳି ଭୋଗ ପ୍ରସ୍ତୁତି ଏବଂ ସମର୍ପଣ କାର୍ଯ୍ୟ କରାଯାଉଛି ।

Advertisement



ପୌର ପ୍ରଶାସନ ପକ୍ଷ ରୁ ପରିମଳ, ଜଳ ଯୋଗାଣ, ବିଦ୍ୟୁ ବି ଭାଗ ତରଫ ରୁ ଆ।ଲୋକ ଯୋଗାଣ, ଅ।ଦର୍ଶ ଥାନାପୋଲିସ ପ୍ରଶାସନ ପକ୍ଷ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଛି ।ବଡ଼ଓଷା ଯାତ୍ରା ଚଳିତ ବର୍ଷ ସୋମବାର ଠାରୁ ଛାଡଖାଇ ପର୍ଯ୍ୟନ୍ତ ୪ ଦିନ ଧରି ପାଳିତ ହେଉଛି ଅନେକ ବ୍ୟବସାୟୀ ମାନେ ତାଙ୍କ ବ୍ୟବସାୟ ଧରି ମନ୍ଦିର ଚତୁପାର୍ଶ ରେ ଦୋକାନ ଖୋଲିଥନ୍ତି ବିଶେଷ କରି ମାର୍ଗଶିର ମାସରେ ଧାନ ଅମଳ ଏବଂ ଲକ୍ଷ୍ମୀ ପୂଜା ପାଇଁ ଡାଲା, କୁଲାର, ବୋଝ, ଦା, କଟୁରୀ ସହ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ର କିଣା ବିକା ହୋଇଥାଏ ।ଚଳିତ ବର୍ଷ ପ୍ରଭୁ ଧବଳେଶ୍ଵର ଙ୍କ ବଡ଼ଓଷା ଯାତ୍ରା କୁ ଆଡମ୍ବର ସହକାରେ ପାଳନ ପାଳନ କରିବାକୁ ମ୍ୟାନେଜିଂ ଟ୍ରଷ୍ଟି ବଦ୍ରି ନାରାୟଣ ସାହୁ, ଟ୍ରଷ୍ଟି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ଅନ୍ୟ ସଭ୍ୟ ସହଯୋଗ କାମନା କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *