ଛେଳିକୁ ବଞ୍ଚାଇବାକୁ ଯାଇ କୁମ୍ଭୀର ସହ ସଂଘର୍ଷ : ହରାଇଲେ ହାତ

ଦୁଃସାହସିକତା କୁ ପ୍ରଂସସା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଞ୍ଚଳ ବାସି

ଅନୁଗୁଳ,(୨୩/୧୦):- କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଦେଖିବାକୁ ମିଳୁଛି ଦୁଃସାହସିକ  ଦୃଶ୍ୟ ।

Advertisement

ଚରିବା ବେଳ ଛେଳିକୁ ଟାଣି ନେଇଥିଲା କୁମ୍ଭୀର। କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ ଯୁବକ । ସଂଘର୍ଷ ପରେ କୁମ୍ଭୀର ମୁଁହରୁ ଛେଳିକୁ ବଞ୍ଚାଇ ଆଣିଥିଲେ ସତ କିନ୍ତୁ କୁମ୍ଭୀର ଆକ୍ରମଣରେ ନିଜର ଗୋଟିଏ ହାତ ହରାଇଥିଲେ ଯୁବକ।

ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ଜାରି ରହିଛି । ଯୁବକ ଙ୍କ ର ଏହି ଦୁଃସାହସିକତା କୁ ପ୍ରଂସସା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଞ୍ଚଳ ବାସି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *