ଖୋର୍ଦ୍ଧା :୨୫/୦୮/୨୫:ଆଜି ଆଇ ଟି ବି ପି ସ୍କୁଲ ସାମନାରେ ଏବଂ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ର ୧ ରୁ ୫ କ୍ଲାସ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ୫ ମାସ ତଳେ ଆଇ ଟି ବି ପି ସ୍କୁଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ପରେ ତତ୍କାଳୀନ ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ ପରେ ବିଦ୍ୟାଳୟ ର ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଆଡ଼ମିସନ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ପରେ ସବୁ ପିଲାଙ୍କୁ ବିଦ୍ୟାଳୟ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପିଲାମାନଙ୍କୁ ନିଜର ଡକୁମେଣ୍ଟ ପ୍ରସ୍ତୁତ ପାଇଁ କତୃପକ୍ଷ ଙ୍କ ପକ୍ଷରୁ ବିଭିନ୍ନ ନୋଟିସ ଦିଆଗଲା। ଅବିଭାବକ ମାନଙ୍କୁ ସୂଚନା ଦିଆଗଲା କି ପଢ଼ୁଥିବା ସବୁପିଲା କେନ୍ଦ୍ରୀୟ ବିଦ୍ୟାଳୟ ରେ ସ୍ଥାନିତ ହେବେ। ଯାହାର ବୟସ କମ ହେଉଥିଲା ସେମାନଙ୍କ ପାଇଁ ପୁଣି ସେହି ଶ୍ରେଣୀ ରେ ରିପିଟ ହେବା ପାଇଁ ମଧ୍ୟ ଅପାର ଆଇ ଡି ପ୍ରସ୍ତୁତ ହୋଇଥିଲା। ଏବଂ ସ୍କୁଲ ଗ୍ରୁପ ରେ ସମସ୍ତେ ସ୍କୁଲ ଜରିଆରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ କରିବାକୁ ନୋଟିସ ଦିଆଗଲା।

ସେହି କ୍ରମରେ ସମସ୍ତେ ଆବେଦନ କଲେ ଓ ବାହାର ଛାତ୍ର ଛାତ୍ରୀ ମାନେ ମଧ୍ୟ୍ୟ ଆବେଦନ କଲେ। କେନ୍ଦୀୟ ବିଦ୍ୟାଳୟ ତରଫରୁ ଲଟେରୀ କରାଯାଇ ଲିଷ୍ଟ ବାହାରିଲା ଫଳରେ ଆଇ ଟି ବି ପି ସ୍କୁଲ ର ବହୁ ଛାତ୍ର ଛାତ୍ରୀ ପଢ଼ିବାରୁ ବାଦ ପଡିଛନ୍ତି। ଚିନ୍ତା ର ବିଷୟ ଯେ ବିଦ୍ୟାଳୟ ର ଭୁଲ ପାଇଁ ଶତାଧିକ ଛାତ୍ର ଛାତ୍ରୀ ମାନେ ଗତ ୫ ମାସ ଧରି ଅଧ୍ୟୟନ ରୁ ବଂଚିତ ହୋଇ ମାନସିକ ଚାପରେ ରହିଛନ୍ତି।ଏ ନେଇ ବିଦ୍ୟାଳୟ କତୃପକ୍ଷ ନିଜ ଦୋଷ କୁ ଘୋଡାଇବା ପାଇଁ ଅବିଭାବକ ଏବଂ ପିଲାଙ୍କୁ ଗେଟ ବାହାରୁ ବିଦାୟ କରିଦେଇଥିଲେ।

ସମସ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇଥିଲେ କିନ୍ତୁ ନୂଆ ଜିଲ୍ଲାପାଳ ନଥିବାରୁ ଏ ଡ଼ି ଏମ ପ୍ରତାପ ଚନ୍ଦ୍ର ବେଉରା ଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଓ କଣ ହୋଇପାରିବ ମୁଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ପଦକ୍ଷେପ ନେବାକୁ ଅବିଭାବକ ମାନଂକୁ ପ୍ରତିଶୃତି ଦେଇଥିଲେ। ଆଇ ଟି ବି ପି ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ଏପରି ମନମୁଖୀ କାର୍ଯ୍ୟ ପାଇଁ ଶତାଧିକ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲି ଯାଉ ଥିବାରୁ ରାଜ୍ୟ ସରକାର ଶିକ୍ଷା ବିଭାଗ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ହସ୍ତକ୍ଷେପ କରିବାକୁ ଅବିଭାବକ ତଥା ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ପୂର୍ବ ମାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କୁ ଆସି ପ୍ରଥମେ ଆଇ ଟି ବି ପି ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ୍ୟ ଏହାକୁ କତୃପକ୍ଷ ଫୁ କରି ବିଦ୍ୟାର୍ଥୀ ମାନଙ୍କୁ ହତାଶ କରିଛନ୍ତି। ଏହାର ସମାଧାନ ପାଇଁ ଜିଲ୍ଲାପାଳ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅବିଭାବକ ଓ ଛାତ୍ର ଛାତ୍ରୀ ମାନେ ଆକୁଳ ନିବେଦନ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
