ଅରାଙ୍ଗ ମୋହନ ଛତୁଫାର୍ମ ରୁ ଚୋରି::ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଖୋର୍ଦ୍ଧା,(୧୩/୧୦):- ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିନ ଅରାଙ୍ଗ ଗ୍ରାମ ର ଛତୁ ଫାର୍ମ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଉକ୍ତ ଗ୍ରାମର ମୋହନ ସ୍ୱାଇଁ ବ୍ୟାଙ୍କ ଓ ଘରୋଇ ସଂସ୍ଥା ରୁ ଋଣ କରି ନିଜ ଗାଁ ରେ ଏକ ଛୋଟ ଛତୁଫାର୍ମ ଦୀର୍ଘ ୨ ବର୍ଷ ହେବ କରି ନିଜ ଗରିବ ପରିବାର ଚଳାଇ ଆସୁଥିଲେ।ତେବେ ଗତ ୧୦/୧୦/୨୦୨୫ ରିଖ ଦିନ ରାତିରେ ଛତୁଫାର୍ମ ବନ୍ଦ କରି ଘରେ ଶୋଇଥିବାର ସୁଯୋଗ ଦେଖି କେହି ଅଜଣା ବ୍ୟକ୍ତି ଛତୁଫାର୍ମ ରୁ ଝରକା ଭାଙ୍ଗି ଏକ ଇଲେକ୍ଟ୍ରି ନଡ଼ା କଟା ମେସିନ,୨ ଗୋଟି ପାଣି ପମ୍ପ,ଏକ ବସ୍ତା ବେଶନ,ଲୁହା ଶାବଳ,କଟୁରି,୫୦ କିଲୋ ଛତୁ,ଓ ନଗଦ ୧୩ ହଜାର ଟଙ୍କା ଚୋରି କରି ନେଇଥିବା ଦେଖିବାକୁ ପାଇଥିଲା ।ଏ ନେଇ ୧୧ ତାରିଖରେ ଶିଳ୍ପାଞ୍ଚଳ ଥାନା ରେ ଅଭିଯୋଗ ପରେ  ଶିଳ୍ପାଞ୍ଚଳ ଥାନା ତଦନ୍ତ ଜାରି ରଖିଥିଲା ବେଳେ ଆଜି ସେହି ଅଞ୍ଚଳ ରୁ ଜଣକୁ ଅଟକ ରଖି ପଚରାଉଚରା କରୁଛି।ତେବେ ଏହି ଘଟଣା ରେ ଆହୁରି ଅନେକ ସାମିଲ ଥିବା ଅନୁମାନ ହେଉଛି।ତେବେ କେବଳ ଯେ ଏହି ଛତୁ ଫାର୍ମ  ଚୋରି ନୁହେଁ।ଏବେ କିଛି ମାସ ହେବ କେତେଜଣ ନିଶାଖୋର ଯୁବକ ଟାଙ୍ଗିଆପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ସାଧାରଣ ଗରିବ ଲୋକ ଘର କରିବାକୁ ପକାଇଥିବା ପଥର କୁ ଚୋରି କରିବା,ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ରୁ ମଟର,ବିଦ୍ୟୁତ ତାର, ଚୋରି,ମନ୍ଦିର ହୁଣ୍ଡି ଚୋରି,ବିଦ୍ୟୁତ ଖୁଣ୍ଟିରୁ ଲୁହା ଆଙ୍ଗେଲ ଚୋରି ,ସବୁଠାରୁ ବଡ଼ କଥା ହେଲା ଏହି ନିଶାଖୋର ଯୁବକ ମାନେ ମହୁଲ,ମଧୁପୁର,ନିଆଳ ,ଚନ୍ଦକା ଜଙ୍ଗଲରୁ ବାରାହା,ଠେକୁଆ,ହରିଣ,କୁଟୁରା ଭଳି ବନ୍ୟ ଜନ୍ତୁ ଙ୍କୁ ବିଭିନ୍ନ ମାରଣାସ୍ତ୍ର ଓ ଫାସ ବସାଇ ମାରିବା ସହିତ ତାକୁ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ନଜିର ରହିଛି।ତେଣୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଏହି ଅପରାଧୀଙ୍କୁ ଧରିବା ସହିତ ସେମାନେ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କ ଠାରୁ ସତ କଥା ଆଦାୟ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *