ବେଗୁନିଆ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ
ବେଗୁନିଆ,(୨୨/୧୦):-ଶିଶୁମାନେ ଆମର ସମ୍ପତ୍ତି l ଏ ସମାଜ ସେମାନଙ୍କଠାରୁ ଅନେକ କିଛି ଆଶା କରେ l ଶିଶୁଙ୍କ ସାମଗ୍ରିକ ବିକାଶ ଶିକ୍ଷକ, ପରିବାର ଓ ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଥିଲେ l

ବେଗୁନିଆ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନରେ ସଦର ମହକୁମାସ୍ଥିତ ପି.ଏମ.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନୋଦିନୀ ପଣ୍ଡା, ବି ଆର୍ ସି ସି କୈଳାସ ଚନ୍ଦ୍ର ସେଠୀ, ଏ ବି ଇ ଓ ନଳିନୀ ପ୍ରଭା ଦେବୀ, ସି ଆର୍ ସି ସି ସୂର୍ଯ୍ୟ ନାରାୟଣ ପଣ୍ଡା, ରବିନ୍ଦ୍ର କୁମାର ମହାପାତ୍ର, ଦିବାକର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉଦଯାପନୀ ଉତ୍ସବରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦିପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବ ମୁନି, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ମାୟାଧର ମାର୍ଥା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ l

୧୫ ଟ୍ଟି କ୍ଲଷ୍ଟର ରୁ ବିଭିନ୍ନ ବିଭାଗ ପ୍ରତିଯୋଗୀତାରେ ୩୭୫ ଜଣ ପ୍ରତିଯୋଗୀ ବକୃତା, ତର୍କ, କୁଇଜ୍, ପେଣ୍ଟିଂ, ଚିତ୍ରାଙ୍କନ, ସଂଗୀତ, ପ୍ରବନ୍ଧ ଲିଖନ, ସୃଜନଶିଳ ଲିଖନ, ଦଳଗତ ନୃତ୍ୟ ଇତ୍ୟାଦି ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ l ଶିକ୍ଷକ ରତିକାନ୍ତ କହଳସିଂହ, ସୁଧାକର ସେଠୀ, ଗଣେଶ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସି ଆର୍ ସି ସି ମାନେ ପରିଚାଳନା ରେ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
