ଶ୍ରେଷ୍ଠ ବିତରକ ଓ ସହ ବିତରକ ମାନେ ପୁରସ୍କୃତ
ପୁରୀ,(୧୪/୧୦):- ଦୁଇ ଦିନ ଧରି ଇନ୍ଦୋର ର ତିନି ଦଶନ୍ଧିରୁ ଚାଲି ଆସୁଥିବା ପ୍ରମୁଖ ଚୋକୋଲେଟ୍ସ ଓ କାନଫେକ୍ସନାରି ପ୍ରତିଷ୍ଠାନ କାଣ୍ଡିଲେକ୍ ନିଉଟ୍ରିସନ୍ ପ୍ରାଇଭେଟ୍ ଲିମିଟେଡ ଆନୁକୂଲ୍ୟରେ ହୋଟେଲ ହଲିଡେ ରିଶୋର୍ଟସ ପୁରୀ ଠାରେ ଏକ ଉଚ୍ଚ କୋଟିର ବ୍ୟବସାୟିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।

ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସହ ନିର୍ଦ୍ଦେଶକ ପ୍ରତୀକ କୁମାର ପହୁଜା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ ପରେ ପରେ ନଟ୍ଟରାଜ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିଲା। ରାଷ୍ଟ୍ରୀୟ ବିକ୍ରୟ ସଂଯୋଜିକା ସ୍ଵୀଟି ଯୁନେଜା ଭାଟ୍ଟିଆ, ଓଡ଼ିଶା ରାଜ୍ୟ ମୁଖ୍ୟ ବିତରକ ମିଲନ ଅଗ୍ରୱାଲ ଓ ରାଜ୍ୟ ମୁଖ୍ୟ ପରିଚାଳକ ବାସୁଦେବ ବେହେରା ଙ୍କ ସହିତ ସମସ୍ତ ଜିଲ୍ଲାସ୍ତରୀୟ ବିତରକ ମାନେ ଉପସ୍ଥିତ ଥିଲେ।

“କାଣ୍ଡି ଲେକ୍” ର ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସୁସ୍ୱାଦୁ ଓ ସୁନ୍ଦର ପ୍ୟାକିଂ ରେ ଅନେକ ଗୁଡ଼ିଏ ଉତ୍ପାଦ ପାଇଁ ଏହା ଆଜି ଓଡ଼ିଶା ବଜାର ରେ ଏକ ପରିଚିତ ବ୍ରାଣ୍ଡ ଭାବରେ ଗ୍ରହଣୀୟ ହୋଇ ପାରିଛି ଓ ବଜାର ର ଚାହିଦା ଓ ପ୍ରତିଯୋଗିତା କୁ ଆଖି ଆଗରେ ରଖି ନୂଆ ନୂଆ ଉତ୍ପାଦ ପ୍ରସ୍ତୁତି ଓ ବିତରଣ ପାଇଁ କମ୍ପାନୀ ଭବିଷ୍ୟତରେ ଯୋଜନା କରୁଥିବା ନିମନ୍ତେ ସହ ନିର୍ଦ୍ଦେଶକ ଶ୍ରୀ ପହୂଜା ତାଙ୍କ ବକ୍ତବ୍ୟ ରଖିଥିଲେ। ପରିଶେଷରେ ବିତରକ ଓ ସହ ବିତରକ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହାକୁ ଏକ ପରିଚିତ ବ୍ରାଣ୍ଡ ଭାବରେ ଗ୍ରହଣୀୟ କରିଥିବାରୁ ସମସ୍ତ ଉପଭୋକ୍ତା ଙ୍କୁ ଧନ୍ୟବାଦ ଜଣାଇ ଥିଲେ କମ୍ପାନୀ କର୍ତ୍ତୃପକ୍ଷ ଓ ପରେ ପରେ କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଇଥିଲା
Subha Khabar is now on Whatsapp
Join and get latest news update delivered to you via whatsapp
Join Now
