ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା,(୦୨/୧୦): –  ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲାପ୍ରଶାସନ ପକ୍ଷରୁ ପାଳିତ ହୋଇ ଯାଇଅଛି l ମୁଖ୍ୟ ଅତିଥି ଭାବେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଯୋଗଦେଇ ସଦର ମହକୁମାସ୍ଥ ପୂର୍ତ୍ତ ଡାକବଙ୍ଗଳା ସନ୍ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଏକ ସର୍ବଧର୍ମ ପ୍ରାର୍ଥନା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ  ଉପରୋକ୍ତ ଅତିଥି ମାନଙ୍କ ସହ ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରଫେସର  ନାରାୟଣ ରାଓ ,ହିନ୍ଦୁ ଧର୍ମ ଜାଜକ  ସୁଶାନ୍ତ ମିଶ୍ର, ଇସଲାମ ଧର୍ମ ଯାଜକ ମୌଲବୀ ମହମ୍ମଦ ତିବୁ ଉଦ୍ଦିନ ଓ ବାଇବେଲ ଧର୍ମଗ୍ରନ୍ଥ ଧର୍ମ ଯାଜକ  ମାନୁଆଲ କରାଡା ଯୋଗଦେଇ ଗୀତା,କୋରାନ ଓ ବାଇବଲ ପାଠ କରିଥିଲେ ।



ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ତତ୍ୱରେ ନିଜକୁ ଚିହ୍ନିବା ଦରକାର l ଅହିଂସା, ସତ୍ୟ, ନ୍ୟାୟ ରେ କାର୍ଯ୍ୟ କରି ଅନ୍ୟପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ଈଶ୍ୱର ଭକ୍ତି ଓ ଚେତନା ଶକ୍ତିକୁ ଜାଗ୍ରତ କରି ସଠିକ୍ ମାର୍ଗରେ ଜୀବନର ଅନ୍ୟନାମ ସେବା ବ୍ରତୀରେ ମାନବ ସେବାକରିବାକୁ ଅଭିଭାଷଣ ରଖିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଉପସଭାପତି,ଜିଲ୍ଲା ପରିଷଦ,ଖୋର୍ଦ୍ଧା, ଗୋପୀନାଥ ମହାରଣା ଯୋଗ ଦେଇ କହିଲେ ଯେ ମହାତ୍ମା ଗାନ୍ଧୀ ବିନା ଶସ୍ତ୍ର ରେ ବିନା ଅସ୍ତ୍ରରେ କେବଳ ଅହିଂସା ମନ୍ତ୍ରରେ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟର ପତନ ଆଣି ଭାରତ ବର୍ଷକୁ  ସ୍ଵାଧୀନତା ଦେଇଥିଲେ ଯାହା ଅବିସ୍ମରଣୀୟ l ଏଣୁ ପ୍ରତ୍ୟେକ ନାଗରିକ ଗାନ୍ଧୀଙ୍କ ଆଦର୍ଶ କୁ ଆପଣେଇ ଅହିଂସା ମନ୍ତ୍ରରେ ରାଷ୍ଟ୍ରର ଦୃତ ବିକାଶ ରେ ସାମିଲ ହେବାକୁ ଆହ୍ଵାନ  ଦେଇଥିଲେ l ସମ୍ମାନୀୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇ କାହିଲେ ଯେ ଗାନ୍ଧିଜୀଙ୍କ ଜୀବନ ର ସତ୍ୟ , ଅହିଂସା, ସର୍ବଦ୍ୱୟ, ସୁସ୍ଥ ଓ ସମସ୍ତଙ୍କ ବିକାଶ ମୂଳକ କେତେ ଗୋଟି ବହୁମୂଲ୍ୟ ବୋଧ ଭିତ୍ତିକ ନିୟମକୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଓ ବ୍ୟକ୍ତି ଆଦର୍ଶ ମାନିଲେ ଘରେ ଘରେ ବିକାଶ ପହଞ୍ଚି ଅଖଣ୍ଡ ଭାରତ ବର୍ଷର ସୁ ଦୃଢ଼ତା ସମ୍ଭାବନା କରାଯାଇ ପାରିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ନାରାୟଣ ରାଓ ଯୋଗଦେଇ କହିଲେ ଗୀତା, କୋରାନ, ବାଇବଲ ସବୁ ଗ୍ରନ୍ଥ ଉପରେ ଗାନ୍ଧୀଙ୍କ ସାରସ୍ଵତ ପ୍ରଗାଢ଼ତା ଥିଲା l ଗାନ୍ଧୀଙ୍କ ନୀତି ଆଦର୍ଶ ଓ ପ୍ରତ୍ୟେକଟି ଚିନ୍ତା ଧାରାରେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଭଳି ମାନବ ସମାଜର ବିକାଶ ପାଇଁ ଉଦ୍ଭାବନ ଥିଲା l ଅନ୍ୟାୟ ବିରୁଦ୍ଧରେ ସତ୍ୟ ଓ ଅହିଂସା ମନ୍ତ୍ରରେ ଲଢ଼ିବା ତାଙ୍କର ମୂଳ ମନ୍ତ୍ର ଥିଲା l ଆଜିର ଯୁବପିଢି ଗାନ୍ଧୀଙ୍କ ମାର୍ଗରେ ପରିଚାଳିତ ହେଲେ ଗାନ୍ଧୀଙ୍କ ସ୍ୱପ୍ନର ଭାରତ ରାମରାଜ୍ୟ  ଗଠନ ସମ୍ଭବପର ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ l ସଭାପତି ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଗାନ୍ଧୀ ଚାହୁଁ ଥିବା ସ୍ଵଚ୍ଛତା, ନିଶା ନିବାରଣ, ନାରୀ ସମ୍ମାନ, ମାନବ ଧର୍ମ ପାଳନ, ରାଷ୍ଟ୍ରୀୟ ସଂହତି, ଏକତା, ଜୀବେ ଦୟା, ଦଳିତ ନିଷ୍ପେସିତ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଏକତା ଓ ସମାଜରେ ଶାନ୍ତି ବଜାୟ ରଖିବା ତାଙ୍କ ଜୀବନ ଦର୍ଷନ ର ଆଧାର ଥିଲା l

Advertisement

ଏଣୁ ଛାତ୍ର ଛାତ୍ରୀ ମାନେ ଗାନ୍ଧୀ ଓ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଙ୍କ ଭଳି କର୍ତ୍ତବ୍ୟ ଓ ଦାୟିତ୍ବ ପାଳନ କଲେ ସମାଜ ଓ ରାଷ୍ଟ୍ରର ହିତ ସାଧିତ ହେବ ବୋଲି ପ୍ରକାଶ କରିଥିଲେ l ସେହିପରି ବି ଯେ ବି ହାଇସ୍କୁଲ ଛାତ୍ର ଶିଶିର ମହାରଣା ଓ ବିଶ୍ୱଜିତ୍ ମହାରଣା ଗାନ୍ଧୀ ଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ ଓ ବିଂଶ ଶତାବ୍ଦୀରେ ଗାନ୍ଧୀ ଦର୍ଶନ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଜୟନ୍ତୀ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ମାନେ, ଧର୍ମଯାଜକ ଓ ମୁଖ୍ୟ ବକ୍ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ଓ ସଭା ସଞ୍ଚାଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ,ବରିଷ୍ଟ ସ୍ତମ୍ଭକାର ଉମା ଶଙ୍କର ପ୍ରସାଦ, ସତ୍ୟବାଦୀ ବଳିୟାର ସିଂହ,ଗୋପାଳ କୃଷ୍ଣ ଦାସ, ଶ୍ରୀ ଦେବ ପ୍ରସାଦ ମଜୁମଦାର, ଭୀମ ସେନ ପ୍ରଧାନ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି  କବିରାଜ ପ୍ରଧାନ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାରମ୍ପାରିକ କଳାକାର ବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମ ଧୁନ ପୌର ପରିଷଦ ଅଞ୍ଚଳରେ ପ୍ରଚାର କରାଯାଇଥିଲା l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *