ପୁଣି ହାତୀ ଖୋଜ ରେ ଫସଲ ନଷ୍ଟ , ଚିନ୍ତାରେ ଚାଷୀ

ଖୋର୍ଦ୍ଧା: – ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର କେଳୁ ପରିଡ଼ା, ଗୟାଧର ବାଲିଆରସିଂ ଓ ଗୌରାଙ୍ଗ ମ।ଣିଆ ନିଜ ଜମିରେ ଜହ୍ନି, କାକୁଡି, ବାଇଗଣ, କଲରା, କୋବି ଆଦି ପନିପରିବା ଓ ସେହି ଗ୍ରାମର ମନୋରଞ୍ଜନ ମ।ଣିଆ ଙ୍କ ସହ ବହୁ ଚାଷୀ ଙ୍କ ଧାନ ଫସଲ ନଷ୍ଟ ନଷ୍ଟ କରିଛନ୍ତି ହାତୀ ପଲ୍ଲ ।

Advertisement

ଆଜି ସକାଳୁ ଦେଖିବାପରେ ହତାଶ ହୋଇଛନ୍ତି ଚାଷୀ କୁଲ । ବାରମ୍ବାର ଘଟୁଛି ଏଭଳି ଘଟଣା ।ଚାଷ ଉପରେ ନିର୍ଭରଶିଳ ଏମାନେ । ଆଖି ଆଗରେ ପରିଶ୍ରମ ଫସର ଫ।ଟୁଛି । ବାରମ୍ବାର ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଦୃଷ୍ଟିଗୋଚର କଲେ ମଧ୍ୟ ମିଳୁନି ସୁଫଳ।



ସୂଚନାଯୋଗ୍ୟ ଯେ ଚାଷୀ କେଳୁ ପରିଡ଼ା ଙ୍କ ପତ୍ନୀ ରେଖା ଙ୍କୁ କାଜୁ ସଂଗ୍ରହ ସମୟରେ ହାତୀ ଆକ୍ରମଣ ର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ଓ ମେଡିକାଲ ରୁ ଫେରି ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ରେ ଅଭିଯୋଗ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ଚାଷୀ କେଳୁ ପରିଡ଼ା ।



ତେଣୁ ଏହି ବାରମ୍ବାର ଫସଲ ନଷ୍ଟ ଓ ହାତୀ ଉପଦ୍ରବ ରେ ଆହତ ବ୍ୟକ୍ତିଙ୍କ ଉପରେ ତୁରନ୍ତ  ପ୍ରଶାସନ ଦୃଷ୍ଟି ଦେଇ ତାଙ୍କୁ କ୍ଷତି ପୂରଣ ଦେବାକୁ ଜନ ସାଧାରଣ ରେ ଦାବି ହେଉଛି ନହେଲେ ଚାଷୀ କୁଳ ଙ୍କ ମେରୁଦଣ୍ଡ ଭଙ୍ଗାଯିବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *