ଖୋର୍ଦ୍ଧା,୨୮ା୮ : କେନ୍ଦ୍ର ଓ ରାଜ୍ୟ ସରକାର ଡେଙ୍ଗୁ, ମ୍ୟାଲେରିଆ ଭୂତାଣୁ ଜନିତ ରୋଗ ନିରାକରଣ ଓ ସଚେତନତା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପଲ୍ଲୀ ଠାରୁ ଦିଲୀ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିସôାଳୟରେ ମୃତୁ୍ୟ ସହ ସଂଗ୍ରାମ କରିୁଛନ୍ତି । ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ର ଖୋର୍ଦ୍ଧା ପୌରପରିଷଦ ଅଧିନ ଗୁରୁଜଙ୍ଗସ୍ଥିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ।
ସୂଚନା ମୁତାବକ, ଖୋର୍ଦ୍ଧା ପୌରପରିଷଦ ଅଧିନ ଗୁରୁଜଙ୍ଗ ଅଂଚଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ରହିଛି । ଉକ୍ତ ବିଦ୍ୟାଳୟ ହଷ୍ଟେଲ ରେ ରହି ପିଲାମାନେ ପଢୁଥିବାବେଳେ କର୍ତୁପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଗୁ ରୁତର ହେଉଛନ୍ତି । ଏବେ ବର୍ଷା ଋତୁ ରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ଏନେଇ ସରକାରଙ୍କ ପକ୍ଷରୁ ସଚେତନ ବାର୍ତା ଦେବା ସହିତ ସଫାସୁତୁରା , ପରିଷ୍କାର ପରିଚ୍ଛନ ଓ ପାଣି ନିଷ୍କାସନ ପାଇଁ ଗୁରୁତ୍ୱ ଦିଆଯାଉଛି । ମାତ୍ର ଉକ୍ତ ବିଦ୍ୟାଳୟରେଏହାର ଘୋର ବ୍ୟତିକ୍ରମ ଦେଖାଦେଇଛି । ଯାହା ପାଇଁ ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ଏକ ପ୍ରକାର ଆତଙ୍କିତ ଓ ଭୟଭୀତ ଅବସ୍ଥାରେ ରହୁଥିବାବେଳେ କିଛିଦିନ ହେବ ଉକ୍ତ ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କ ଜ୍ୱର ହେଉଥିବା ଜଣାଯାଇଛି । ତେବେ ଦ୍ୱାଦଶ ଶ୍ରେଣୀ ରେ ପଢୁଥିବା ବାଲୁଗାଁ ଅଂଚଳର ଜନୈକ ଛାତ୍ର ଏବେ ଏଠାରୁ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ୍ୟ ରେ ଚିକିସôା ହେଉଛନ୍ତି । ସ୍କୁଲ ର ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେବା ଏବଂ ଜଣେ ଡେଙ୍ଗୁରୋଗୀ ଚିହ୍ନଟ ହେବା ଘଟଣା ଏବେ ସମସ୍ତଙ୍କୁ ଭୟବୀତ କରାଇଛି ।ଏହି ସମୟରେ ସ୍କୁଲ ଅଧ୍ୟକ୍ଷ ରାଜ୍ୟ ବାହାରେ ଥିବାବେଳେ କର୍ତୁପକ୍ଷଙ୍କ ଖାମଖିଆଲ ନିତୀ ଛାତ୍ରଛାତ୍ରୀଙ୍କୁ ବିପଦ କୁ ଠେଲି ଦେଉଥିବା ଆଶଙ୍କା କରିଛନ୍ତି ଅଭିଭାବକ ।
ଏନେଇ ଛାତ୍ରଙ୍କ ଅଭିଭାବକ କୁହନ୍ତି, ପୁଅର ଜୋର ଜ୍ୱର ଖବର ପାଇ ଗତ ରବିବାର ଦିନ ଆମେ ସ୍କୁଲ ରୁ ତାଙ୍କୁ ଘରକୁ ଆଣି ବାଣପୁର ସିଏଚସି କୁ ଚିକିସôା ପାଇଁ ନେଇଥିଲୁ । ସେଠାରୁ ମେଡିସିନ ଆଣି ଖାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହୋଇଥିଲା । ପରଦିନ ତାଙ୍କୁ ଭୁବନେଶ୍ୱର ଘରୋଇ ମେଡିକାଲ କୁ ନେିଥିଲୁ । ଗୁରୁତର ଥିବାରୁ ଡାକ୍ତର ତାକୁ ଆଇସିୟୁ୍ୟ ରେ ଭର୍ତି କରିଥିଲେ । ସେଠାରେ ୩ଦିନ ଧରି ଚିକିସôା ପରେ ଆଜି ୱାର୍ଡ କୁ ଫେରିଛି ।
ସ୍କୁଲ ଅଧ୍ୟକ୍ଷାଙ୍କ ଯୋଗାଯୋଗ କରିବାରେ ସେ ଅଫିସ କାମରେ ରାଜ୍ୟ ବାହାରକୁ ଆସିଥିବା କହିଥିଲେ । ତାଙ୍କ ନିଦେ୍ର୍ଦଶ ଅନୁସାରେ ଅନ୍ୟଜଣେ କର୍ମଚାରୀଙ୍କ କହିବା ଅନୁସାରେ, ଉକ୍ତ ଛାତ୍ର ଜଣକ ୧୪ରେ ଘରକୁ ଯାଇ ୧୭ରେ ଫେରିଥିଲେ । ୨୩ରେ ଦେହ ଖରାପ ହୋଇଥିବାବେଳେ ତାକୁ ପ୍ରାଥମିକ ପର୍ଯ୍ୟାୟରେ ଓøଷଧ ଦିଆଯାଇଥିଲା । ପରେ ପରିବାର ଲୋକ ତାଙ୍କୁ ଘରକୁ ନେଇଥିଲେ । ସ୍କୁଲ ହଷ୍ଟଲ ରେ ଥିବା ୧୦ଜଣ ଛାତ୍ରଛାତ୍ରୀଙ୍କୁ ଜ୍ୱର ହୋଇଥିବାବେଳେ ସେମାନଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି ।
ଅନ୍ୟପକ୍ଷରେ ଗୋଟେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଚେତିଛନ୍ତି ସ୍କୁଲ କର୍ତୁପକ୍ଷ । ଆଜି ସ୍କୁଲ ପରିସରରେ ପରିସ୍କାର ପରିଛନ୍ନତା କରାଯାଇଥିବାବେଳେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
