ଏନ୍ ଏ ସି ଦାବି ରେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବୋଲଗଡ  ବନ୍ଦ ଡାକରା

ଖୋର୍ଦ୍ଧା : – ବିଜୁ ଜନତା ଦଳ ସରକାର ଘୋଷଣା କରିଥିବା ଏନଏସିକୁ ଏବେର ବିଜେପି ସରକାର ବନ୍ଦ କରିଛି । ସ୍ୱାଧୀନତା ଦିବସ ଦିନ ୨୧ ଗୋଟି ଏନ୍ ଏ ସି ପାଇଁ ଘୋଷଣା କରିଥିବା ବେଳେ ତାପରେ ଏବେ ୧୨ଗୋଟି ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ସରକାର ମାତ୍ର ପୂର୍ବ ସରକାର ଘୋଷଣା କରିଥିବା ଓ ବର୍ତ୍ତମାନ ର ସରକାର ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେଥିରେ ବୋଲଗଡ ଏନଏସିର ନାମ ନାହିଁ  ।
ଏନଏସି ଦାବିରେ ଆସନ୍ତା ଅଗଷ୍ଟ୨୫ ତାରିଖରେ ୬ ଘଣ୍ଟିଆ ବୋଲଗଡ  ବନ୍ଦ ରାଜରାସ୍ତାକୁ ଓଲ୍ହାଇବେ ବୋଲଗଡ ବାସି ।

Advertisement


ଏନେଇ ଆଜି ବୋଲଗଡ  ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ଥାନୀୟ  ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ଉପସ୍ଥିତିରେ ବୈଠକରେ ବୋଲଗଡ଼ ସରପଞ୍ଚଙ୍କ ପ୍ରତିନିଧି,ସମିତି ସଭ୍ୟାଙ୍କ ପ୍ରତିନିଧି,୨୫ ନଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି,ବରିଷ୍ଠ ନାଗରିକ ମଞ୍ଚ,ଓ ବୋଲଗଡ଼ ଉନ୍ନୟନ ପରିଷଦ,ସମସ୍ତ ଓକିଲ ସଂଘ,  ପୂଜ୍ୟ ପୂଜା  ସମିତି, ସମ୍ବାଦ ସାହିତ୍ୟ ଘର ଓ  ବୋଲଗଡ ଗ୍ରାମପଞ୍ଚାୟତର ସମସ୍ତ ମୁରବି ଉପସ୍ଥିତ ରହି ଦୃଢ଼ ନିନ୍ଦା କରିବା ସହ ୬ ଘଣ୍ଟିଆ ବୋଲଗଡ଼ ବନ୍ଦ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବୋଲଗଡ଼ ବ୍ଲକ ଉନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବୈଠକ ରେ ଉପସ୍ଥିତ ଥିବା ପ୍ରତିନିଧି ମଣ୍ଡଳୀ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *