୧୪ ତମ ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

ଭାଲିଆବାଡି କ୍ରିକେଟ କ୍ଲବ୍ କୁ ହରାଇ ତମାଣ୍ଡୋ IRC କ୍ରିକେଟ କ୍ଲବ୍ ଭୁବନେଶ୍ଵର ସେମିରେ

ଖୋର୍ଦ୍ଧା,(୧୧/୦୧);- ବୋଲଗଡ ବ୍ଲକ୍ ଧଳାପଥର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋଦୁଅବେରେଣୀ  ଗ୍ରାମ ଖେଳ ପଡିଆରେ ମା ରାମଚଣ୍ଡି କ୍ରିକେଟ କ୍ଳବର ୧୪ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।

Advertisement

ଆଜିର ଉଦଘାଟନ ମ୍ୟାଚରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ମ୍ୟାଚରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି।ଏହି ଉଦଘାଟନୀ ମ୍ୟାଚରେ  ଭାଲିଆବାଡି ଏବଂ ଭୁବନେଶ୍ବର  ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ମ୍ୟାଚ ରେ ଭାଲିଆବଡି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ବିସଙ୍କର ବାରିକ୍ ଙ୍କ ୪୨ ବଲରୁ ୪୯ ରନ୍ ଓ ଅନିଲ ମହାପାତ୍ରଙ୍କ ୨୧ ବଲ୍ ରୁ ୬୫ସହାୟତାରେ  ନିର୍ଦ୍ଧରିତ ୨୦ ଓଭର୍ ରେ ୨୨୪ରନ ସଂଗ୍ରହ କରିଥିଲା।ଜବାବରେ ଭୁବନେଶ୍ବର ଟିମ୍ ସତ୍ୟବ୍ରତ ସ୍ୱାଇଁ ଙ୍କ ୨୧ବଲ ରୁ ୪୪ରନ୍ ଓ ସଞ୍ଜୟ ସାହୁଙ୍କ ୧୫ ବଲ ରୁ ୪୦ରନ୍ ସହାୟତାରେ ୧୮ ଓଭର ରେ ୨୨୮ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।ଉକ୍ତ ମ୍ୟାଚରେ ତମଣ୍ଡୋ  କ୍ରିକେଟ କ୍ଲବ ଭୁବେଶ୍ୱରର ସତ୍ୟବ୍ରତ ସ୍ୱାଇଁ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇ  ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *