ଶ୍ରୀ ଶ୍ରୀ ମହାବୀର ମନ୍ଦିର ର ପ୍ରତିଷ୍ଠା ଉତ୍ସବ  ପାଳନ

ଖୋର୍ଦ୍ଧା :- (ଶୁଭ ଖବର)ମୁକୁନ୍ଦ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ରେ ନବ ନିର୍ମିତ ଶ୍ରୀ ଶ୍ରୀ ମହାବୀର ମନ୍ଦିର ର ପ୍ରତିଷ୍ଠା ଉତ୍ସବ  ପାଳନ କରାଯାଇଛି l କଲୋନୀ ର ସମସ୍ତ ଅଧିବାସୀ ତଥା ପାଖ ଅଞ୍ଚଳ ଗୁଡ଼ିକ ରୁ ଶତାଧିକ ଧାର୍ମିକ ବ୍ୟକ୍ତି ମାନେ ଏଥିରେ ଅଂଶଗ୍ରହଣ କରିଥିଲେ l

Advertisement

ଖୋର୍ଦ୍ଧା ର ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,  ସଞ୍ଜୁକ୍ତା ସାହୁ , ପୌର ପାଳିକା ଅଧ୍ୟକ୍ଷା  କନକଲକ୍ଷ୍ମୀ ମହାନ୍ତି, ପୌରପାଳିକା ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, କାଉନସିଲର ଦିଲ୍ଲୀପ କୁମାର ପରିଡା,ପୂର୍ବତନ କାଉନସିଲର ନରେନ୍ଦ୍ର ପରିଡା, ସିଦ୍ଧାର୍ଥ ମିତ୍ର ଓ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସହ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ l

କଲୋନୀର ଆବାଳ ବୃଦ୍ଧବନିତାଙ୍କ ସହ  ପ୍ରଫେସର ନରସିଂହ ପ୍ରସାଦ ଆଚାର୍ଯ୍ୟ, ପ୍ରାକ୍ତନ ବିଚାରପତି ନୀଳକଣ୍ଠ ମିଶ୍ର, ଡ. ସୁବୋଧ ଚନ୍ଦ୍ର ପ୍ରହରାଜ, ଡ ନିରଞ୍ଜନ ଦାଶ,ଡ. ପ୍ରମୋଦ ଚନ୍ଦ୍ର ଦାଶ, ଦାଶରଥି ପଟନାୟକ, ଜାନକୀ ସାମନ୍ତରାୟ, ଜୋଛନା ମାଝୀ, ବାବୁ ପାତ୍ର, ପ୍ରଶାନ୍ତ ଦାଶ,  ବିଜୟ କୁମାର ବ୍ରହ୍ମା, ସୁରେନ୍ଦ୍ର ପୃଷ୍ଟି ଙ୍କ ସହଯୋଗରେ ଉକ୍ତ ମାଙ୍ଗଳିକ କାର୍ଯ୍ୟ ଟି ସୁରଖୁରରେ ସମାହିତ  ହୋଇଯାଇଛି l ଉକ୍ତ ମନ୍ଦିର ଟି  ଏ ଅଞ୍ଚଳ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଆଶା କରାଯାଉଛି

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *