ଗୁରୁଜଙ୍ଗ ପିଏମ୍‌ଶ୍ରୀ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ


୭୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ, ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଉଦ୍ଭାବନ ଜିଣିଲା ସମସ୍ତଙ୍କ ମନ


ଖୋର୍ଦ୍ଧା : ଛୋଟ ଛୋଟ ହାତରେ ବଡ଼ ବଡ଼ ଉଦ୍ଭାବନ। କେଉଁଠି ବିଜ୍ଞାନର ନୂଆ ପ୍ରୟୋଗ ତ ଆଉ କେଉଁଠି ଗଣିତର ରୋଚକ ମଡେଲ୍। ଛାତ୍ରଛାତ୍ରୀଙ୍କ ଏଭଳି ସୃଜନଶୀଳ ପ୍ରତିଭାରେ ଝଲସି ଉଠିଥିଲା ଗୁରୁଜଙ୍ଗ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର।

Advertisement


ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସହ ବିଜ୍ଞାନ ସର୍କଲ୍ ଓ ଗଣିତ ସର୍କଲ୍ କାର୍ଯ୍ୟକ୍ରମ। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ୭୫ରୁ ଅଧିକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ଷମ ମଡେଲ୍, ସ୍ଥିର ମଡେଲ୍ ଓ ବୈଜ୍ଞାନିକ ପରୀକ୍ଷଣ ମାଧ୍ୟମରେ ପିଲାମାନେ ନିଜର ନୂତନ ଚିନ୍ତାଧାରା ଓ ଉଦ୍ଭାବନକୁ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।


ପ୍ରଦର୍ଶନୀରେ ବିଚାରକ ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ରାୟ ଓ ପାଇକତିଗିରିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରଞ୍ଜନ ସାହୁ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଅତିଥି ଭାବେ ଚନ୍ଦକା ବନଖଣ୍ଡ ଅଧୀନ ମିନଚିନପାଟଣା ବନାଞ୍ଚଳ ଅଧିକାରୀ ରୋହିତ କୁମାର ଯୋଗଦେଇ ବନ୍ୟଜନ୍ତୁ ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିଥିଲେ।


ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌତମ ପଟ୍ଟଯୋଶୀ, ଉପସଭାପତି ରେଣୁବାଳା ବେହେରା, ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଅନ୍ତର୍ଯ୍ୟାମୀ ଭୂୟାଁ, କମିଟି ସଦସ୍ୟ ଗୋପାଳକୃଷ୍ଣ ପ୍ରଧାନ, ମନୋରଞ୍ଜନ ରଣା ଓ ବରିଷ୍ଠ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକଙ୍କ ସମେତ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ପିଲାଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ।


ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରଦର୍ଶନୀ ପାଠ୍ୟପୁସ୍ତକ ଜ୍ଞାନକୁ ବ୍ୟବହାରିକ ଜୀବନ ସହ ଯୋଡ଼ିବାର ଏକ ଉତ୍ତମ ପ୍ରୟାସ ହୋଇଥିଲା। ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଗବେଷଣା ଓ ନୂତନ ଉଦ୍ଭାବନ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଭବିଷ୍ୟତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗେଇବାକୁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ ପାଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *