ଭୁବନେଶ୍ୱର, ୨୭।୧୦।୨୦୨୬: – ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଅକ୍ଟୋବର ୨୭ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗରେ ଆଇଏଏସ୍ ଅଧିକାରୀମାନଙ୍କର ନୂତନ ନିଯୁକ୍ତି ଓ ଅତିରିକ୍ତ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି।ବିଜ୍ଞପ୍ତି ଅନୁଯାୟୀ, ଡ. ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ସେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ଏହା ସହିତ ସୁବ୍ରତ କୁମାର ପଣ୍ଡାଙ୍କ ଅତିରିକ୍ତ ଦାୟିତ୍ୱର ସମାପ୍ତି ହେବ।

ସେହିପରି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁର ରାଜସ୍ୱ ଡିଭିଜନର ରାଜସ୍ୱ ଡିଭିଜନାଲ କମିଶନର (ଆର୍ଡିସି) ଭାବେ ଦାୟିତ୍ୱ ଦିଆଯାଇଛି। ସେ ପୂର୍ବପରି ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲ୍ୟୁଓଡିସି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ।
କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଶୁଭମ ଶକ୍ସେନାଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଡ. ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ଅନ୍ୟପକ୍ଷରେ, ବିଜୟ ଅମୃତ କୁଲାଙ୍ଗେଙ୍କୁ ଓଏମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ସହ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ଦାୟିତ୍ୱ ଦିଆଯାଇଛି। ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ମିଳିଛି।
ପ୍ରଣତି ଛୋଟରାୟଙ୍କୁ ଓଏମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ଭୁବନେଶ୍ୱର ଭାବେ ନିଯୁକ୍ତ କରାଯାଇଛି। ସୁବ୍ରତ କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।
ଏହି ସମସ୍ତ ନିଯୁକ୍ତି ଓ ଦାୟିତ୍ୱ ପରିବର୍ତ୍ତନ ସମ୍ପର୍କିତ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
