ଭୁବନେଶ୍ୱର: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଉଠାଇଛି ବିରୋଧୀ ପକ୍ଷ।

ବିଶେଷକରି, ପୁରୀ ରଥଯାତ୍ରା ସମୟରେ ବାରମ୍ବାର ଘଟୁଥିବା ଅଘଟଣ ରାଜ୍ୟର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଉଥିବା ଅଭିଯୋଗ କରାଯାଇଛି। ଓଡ଼ିଶାକୁ ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଉନ୍ନତ ଭିତ୍ତିଭୂମି ଓ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏଥିସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ସିସିଟିଭି ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସହାୟତା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ନିକଟରେ ଆହ୍ୱାନ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
