ଖୋର୍ଦ୍ଧା, (୧୧/୧୦): -ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଖୋର୍ଦ୍ଧା ଉପକଣ୍ଠସ୍ଥିତ ଗୁରୁଜଙ୍ଗ ଖେଳ ପଡ଼ିଆରେ ଚାଲିଥିବା ଗୁରୁଜଙ୍ଗ ପ୍ରିମିୟର ଲିଗ୍ର ଚତୁର୍ଥ ଦିବସରେ ଇଗଲ ସ୍ପୋର୍ଟି ମେଣ୍ଢାଶାଳ ଓ ମିଲନ ୟୁଥ୍ କ୍ଲବ୍ ମୁକୁନ୍ଦପ୍ରସାଦ ବିଜୟ ହାସଲ କରିଛନ୍ତି।
ପ୍ରଥମ ମ୍ୟାଚ୍ରେ ବାଲୁଙ୍କେଶ୍ୱର ୱାରିୟର୍ସକୁ ଭେଟିଥିଲା ଇଗଲ ସ୍ପୋର୍ଟି ମେଣ୍ଢାଶାଳ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମେଣ୍ଢାଶାଳ ଦଳ ୧୬ ଓଭରରେ ୧୬୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରଶ୍ମିରଞ୍ଜନ ସର୍ବାଧିକ ୩୦ ରନ୍ କରିଥିଲେ। ପ୍ରତିପକ୍ଷ ଦଳ ପକ୍ଷରୁ ସିପୁନ ପଟ୍ଟନାୟକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ପ୍ରତିପକ୍ଷ ଦଳ ୧୪ ଓଭରରେ ୧୪୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ଇଗଲ ସ୍ପୋର୍ଟି ମେଣ୍ଢାଶାଳ ବିଜୟୀ ହୋଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଅମିତ ବଡ଼ଜେନାଙ୍କୁ ଅତିଥି ରାକେଶ ମହାପାତ୍ର ଓ ସୁନୀଲ ବରାଳ ପୁରସ୍କୃତ କରିଥିଲେ।

ଦ୍ୱିତୀୟ ମ୍ୟାଚ୍ରେ ଗୁରୁଜଙ୍ଗ ଡେୟାରଡେଭିଲ୍ସ ଓ ମୁକୁନ୍ଦପ୍ରସାଦ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ଗୁରୁଜଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୧୪୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ସୁବାଷ ଖଟୁଆ ସର୍ବାଧିକ ୫୬ ରନ୍ କରିଥିଲେ। ମୁକୁନ୍ଦପ୍ରସାଦ ପକ୍ଷରୁ ସୌମ୍ୟରଞ୍ଜନ ୬ଟି ୱିକେଟ୍ ନେଇଥିଲେ।
ଜବାବରେ ନିଖିଲ ନାୟକଙ୍କ ବିସ୍ଫୋରକ ୬୪ ରନ୍ର ଇନିଂସ ବଳରେ ମୁକୁନ୍ଦପ୍ରସାଦ ଦଳ ୮ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନିଖିଲ ନାୟକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଅମୀୟରଞ୍ଜନ ମହାନ୍ତି ତାଙ୍କୁ ପୁରସ୍କୃତ କରିଥିଲେ।
ଆଜିର ମ୍ୟାଚ୍ଗୁଡ଼ିକୁ ଅସିତ ଶତପଥୀ, ଜୟନ୍ତ ମାର୍ଥା, ପ୍ରଶାନ୍ତ ବେହେରା, ସାନୁଜ ବିଶ୍ୱାଳ ଓ ପ୍ରକାଶ କୁମାର ସାହୁ ପରିଚାଳନା କରିଥିଲେ। ଏସ୍.କେ. କାସିମ୍ ଭାଷ୍ୟକାର ଏବଂ ସୁରେନ୍ଦ୍ର କ୍ୟାମେରାମ୍ୟାନ ଭାବେ ଦାୟିତ୍ୱ ତୁଲାଇଥିଲେ।
ଆସନ୍ତା ୧୨ ଅକ୍ଟୋବର, ସୋମବାର ଦିନ ପ୍ରଥମ ମ୍ୟାଚ୍ରେ ଯଦୁପୁର ବ୍ଲାଷ୍ଟର୍ସ ଓ ବି.ଏସ୍.ଏ. ଖୋର୍ଦ୍ଧା ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ରେ ମିଲନ ୟୁଥ୍ କ୍ଲବ୍ ମୁକୁନ୍ଦପ୍ରସାଦ ଓ ଏଲେଭେନ୍ ଷ୍ଟାର ଯାଆଁଳା ମଧ୍ୟରେ ମୁକାବିଲା ହେବ ବୋଲି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ସୂଚନା ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
