ଖୋର୍ଦ୍ଧାରେ ଭାରତୀୟ ନ୍ୟାୟ ସଂହିତା ଦିବସ ପାଳିତ

ଖୋର୍ଦ୍ଧା: ଭାରତୀୟ ନ୍ୟାୟ ସଂହିତା ରେ ନୂଆ ନୂଆ ଆଇନ ଏବଂ ଦଫା ସଂଯୋଗ କରାଯାଉଛି। ଏହି ସଂହିତା ସମ୍ପର୍କ ରେ ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ପୋଲିସ ବିଭାଗ ତରଫ ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ନିର୍ଦେଶ କ୍ରମେ  ଆଦର୍ଶ ଥାନା ଖୋର୍ଦ୍ଧା ଏବଂ ସିଗମା ପବ୍ଲିକ ସ୍କୁଲ ର ମିଳିତ ସହଯୋଗ ରେ ସ୍କୁଲ ରେ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ନେଇ ଭାରତୀୟ ନ୍ୟାୟ ସଂହିତା ଦିବସ ସମ୍ପର୍କ ରେ ଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

Advertisement

ଅନୁଷ୍ଠାନ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ପୋଲିସ ସବ୍ ଇନ୍ସପେକ୍ଟର ସସ୍ମିତା ବେହେରା , ଏ ଏସ ଆଇ, ସୁଶାନ୍ତ ମଲ୍ଲିକ, କୁଳମଣି ହେମ୍ବ୍ରମ , ପ୍ରମୁଖ ଯୋଗ ଦେଇ ନୂତନ ନ୍ୟାୟ ସଂହିତା ସମ୍ପର୍କ ରେ ପ୍ରତିପାଦନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା।

ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିରଞ୍ଚି ନାରାୟଣ ପଣ୍ଡା, ବସନ୍ତ କୁମାର ଖୁଣ୍ଟିଆ, ଦୀପ୍ତି ରଞ୍ଜନ ରଣା ପ୍ରମୁଖ ପରିଚାଳନା କରିଥିଲେ। ବକ୍ତୃତା ରେ ବିଷ୍ଣୁ ପ୍ରସାଦ ସେଠୀ ଏବଂ ପ୍ରବନ୍ଧ ରେ ତୃପ୍ତିମୟୀ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।  ସ୍କୁଲ ର ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *