ଖୋରଧା ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଖୋରଧା,(୨୫/୪):-ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ରୋଟାରୀ କ୍ଳବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଉଦଘାଟିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ର ଅଧକ୍ଷା  କନକଲକ୍ଷ୍ମୀ ମହାନ୍ତି  ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିବା ବ୍ୟକ୍ତି ବିଶେଷ ଙ୍କୁ ନୂତନ ଚଷମା ପ୍ରଦାନ କରିଥିଲେ।

Advertisement

ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଡାକ୍ତର ଦେବୀ ପ୍ରସାଦ ଶ୍ରୀଚନ୍ଦନ ଙ୍କ ଦ୍ୱାରା ୮୪ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ୨୪ ଙ୍କୁ ଜଣ ଚଷମା ପ୍ରଦାନ କରଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ରୋଟାରିଆନ ଦେବ ପ୍ରସାଦ ମଜୁମଦାର, ସୂଚସ୍ମିତା ପରିଜା, ରୋଟାରୀ ସଭାପତି ସୁକାନ୍ତ ନାୟକ, ଆଲୋକ ପଟ୍ଟନାୟକ, ଶାଶ୍ୱତ କୁମାର ମହାନ୍ତି, ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର  ଜାତୀୟ ସେଵା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଟି. ଅକ୍ଷୟ କୁମାର ଓ ଛାତ୍ରୀ, ଛାତ୍ର ମାନଙ୍କ ମିଳିତ ଉଦ୍ୟମରେ ଏହି ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ  ସମ୍ପର୍ଣ୍ଣ ହୋଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *