ଖୋର୍ଦ୍ଧା,୧୭ା୪ :- ଆନ୍ତଧର୍ମୀୟ ବିବାହ ପ୍ରତି ଭୁଲ ସନ୍ଦେଶ ସମାଜ କୁ ଦେବା ଦ୍ୱାରା ସାମ୍ପ୍ରଦାୟିକ ସ୍ଵଦ୍ଭାବ ନଷ୍ଟ ହେଉଥିବା ଅଭିଯୋଗ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ବିରୋଧରେ ନଗର କଂଗ୍ରେସ କମିଟି ପକ୍ଷରୁ ଖୋର୍ଦ୍ଧା ସାଇବର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ବିଧାୟକ ଶ୍ରୀ ଜଗଦେବ କହିଥିଲେ ଯେ ଶ୍ରୀମତୀ ସାହୁ ଜଣେ ଓଡ଼ିଆ ହୋଇ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ତାଙ୍କର ଚରିତ୍ର ଭଲ ନୁହେଁ । ଏହା ସହ ତାଙ୍କୁ ନଷ୍ଟ ଚରିତ୍ର ବୋଲି ସମ୍ବୋଧନ କରାଯାଇଥିବା ଅଭିଯୋଗରେ କୁହାଯାଇଛି । ଏଭଳି ମନ୍ତବ୍ୟ ମହିଳା ବିରୋଧୀ, ସାମ୍ପ୍ରଦାୟିକ ଏବଂ ମାନହାନିକର ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି । ବିଧାୟକଙ୍କ ଏଭଳି ମନ୍ତବ୍ୟ ଶ୍ରୀମତୀ ସାହୁ ଙ୍କର ସାମାଜିକ ପ୍ରତିଷ୍ଠା, ମାନସିକ ଚାପ ଏବଂ ଗୌରବ ଉପରେ ଆକ୍ରମଣ ବୋଲି କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।

ଏକ ସାକ୍ଷାତକାରରେ ବିଧାୟକ ଶ୍ରୀ ଜଗଦେବ କଂଗ୍ରେସ ର ବିଧାୟିକା ପ୍ରାର୍ଥୀ ତଥା କଂଗ୍ରେସ ନେତ୍ରୀ ସୋନାଲୀ ସାହୁଙ୍କ ବ୍ୟକ୍ତିତ୍ୱ, ଚରିତ୍ର ଏବଂ ଧର୍ମ ଆଧାରିତ ବିବାହକୁ ନେଇ ଆପତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।
ତେଣୁ ଅଭିଯୋଗ ଉପରେ ବିଧାୟକ ଶ୍ରୀ ଜଗଦେବଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବାକୁ ନଗର କଂଗ୍ରେସ କମିଟି ଦାବି କରିଛି । ସାକ୍ଷାତକାରର ଭିଡିଓ, ସୋସିଆଲ ମିଡିଆ ଲିଙ୍କ୍ ଏବଂ ଡିଜିଟାଲ ପ୍ରମାଣ ସଂରକ୍ଷଣ କରାଯାଉ ବୋଲି ନଗର କଂଗ୍ରେସ କମିଟି ପକ୍ଷରୁ ସାଇବର ପୁଲିସକୁ ଅନୁରୋଧ କରାଯାଇଛି ।
ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ୨୦୨୩ ର ଧାରା ୩୫୬ (ମାନହାନି), ଧାରା ୭୯ (ମହିଳାଙ୍କ ଲଜ୍ଜାରେ ଆଘାତ), ଧାରା ୩୫୨ (ଉଦେ୍ଦଶ୍ୟମୂଳକ ଅପମାନ), ଧାରା ୧୯୬ (ଧର୍ମ ଆଧାରରେ ଶତ୍ରୁତା ସୃଷ୍ଟି), ଧାରା ୩୫୧ (ଅପରାଧିକ ଭୟଦେଖାଇବା) ଓ ଧାରା ୩୫୩ (ଜନସ୍ୱାର୍ଥ ବିରୋଧୀ ବୟାନ) ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ନଗର କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି । ଏଥିସହିତ ଅଭିଯୋଗପତ୍ରରେ ସମ୍ବିଧାନର ଅନୁଚ୍ଛେଦ ୧୪ (ସମାନତା), ୧୫ (ଧର୍ମ ଓ ଲିଙ୍ଗ ଆଧାରରେ ଭେଦଭାବ ନୁହେଁ), ୨୧ (ଗୌରବ ଓ ପ୍ରତିଷ୍ଠାର ଅଧିକାର) ଏବଂ ୧୯(୨) (ମାନହାନିକର ବାକ୍ ସ୍ୱାଧୀନତା ନୁହେଁ) ଉଲ୍ଲଙ୍ଘନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ତେଣୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶ୍ରୀମତୀ ସୋନାଲୀ ସାହୁଙ୍କୁ ନ୍ୟାୟ ଦିଆଯାଉ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଅଭିଯୋଗ ପତ୍ର ପ୍ରଦାନବେଳେ ଖୋର୍ଦ୍ଧା ନଗର ସଭାପତି ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ ଟାଙ୍ଗି ବ୍ଲକ ସଭାପତି ଶିଶିର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶେଖ ସାଜିଦ, ସାଦିକ ଖାନ, ବୁଲୁ ରାଉତ ପ୍ରମୁଖ କର୍ମୀମାନେ ଉପସ୍ଥିତଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
