ଆସାମରେ ଓଡ଼ିଶା ପକ୍ଷ
ସାମିଲ ହେଲେ ଗୋଡ଼ା ଲୋକନାଥ ପୀଠର ଉପଦେଷ୍ଟା

ଖୋର୍ଦ୍ଧା-୦୪/୦୪- ଆସାମର ଦିବ୍ରୁଗଡ଼ ଜିଲ୍ଲାରେ ଓଡ଼ିଶା ପକ୍ଷ ପାଳିତ ହୋଇଯାଇଛି। ସେଠାରେ · ବଗି·ରେ କାମ କରୁଥିବା ଅନେକ ଓଡ଼ିଆଙ୍କ ସମେତ ସେଠାରେ ରହୁଥିବା ଓଡ଼ିଆ ଲୋକମାନେ ଓଡ଼ିଆ ପକ୍ଷ ପାଳନ କରିଛନ୍ତି।

Advertisement

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଭୁ ଗୋଡ଼ା ଲୋକନାଥଙ୍କ ପୀଠରେ ନୀଳାଚଂଳ ସତସଙ୍ଗ କାର୍ଯ୍ୟକ୍ରମର ଉପଦେଷ୍ଟା ଓ ଗୋଡ଼ା ଦାତବ୍ୟ ଚିକିତ୍ସାଳୟର ସଂଯୋଜକ ଏବଂ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସହ ନିର୍ଦ୍ଦେଶକ ଇଂ. ଜ୍ଞାନ ରଂଜନ ସାହୁ ସେଠାକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପକ୍ଷ ପାଳନରେ ସାମିଲ ହେଇଛନ୍ତି।

ଓଡ଼ିଆ ଓ ଆସାମୀ ଭାଷା, ସାହିତ୍ୟ, ସଂସ୍କୃତି ବାବଦରେ ତୁଳନା କରି ଆସାମ ଓ ଓଡ଼ିଶା ଭିତରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କକୁ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଲୋକନାଥ ଦେବଙ୍କ ସେବା କମିଟି ଓ ଦାତବ୍ୟ ଚିକିତ୍ସାଳୟର ସଭାପତି କୃଷ୍ଣଚନ୍ଦ୍ର ହରିଚନ୍ଦନ ଓ ଟିକାତଳ ଆଶ୍ରମର ନୀଳାଚଂଳ ସତସଙ୍ଗ ର ସ୍ୱାମୀ ଭଗବତାନନ୍ଦ ପୁରୀ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *