ବରପୁତ୍ର ଙ୍କ ବେଶ ରେ ସଜ୍ଜିତ ହୋଇ ଜିଲ୍ଲା ପ୍ରଶାସନ ଶୋଭାଯାତ୍ରା ରେ ସାମିଲ ହେଲେ ଛାତ୍ର ଛାତ୍ରୀ
ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ
ଖୋର୍ଦ୍ଧା: ୧୯୩୬ମସିହା ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଥିଲା। ଏହି ଅବସର ରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୯୦ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି।

ସ୍କୁଲ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ ଅନୁଷ୍ଠାନ ର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ବରପୁତ୍ର ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଓଡ଼ିଶା ଦିବସ ର ମହତ୍ଵ ଏବଂ ଭବିଷ୍ୟତ ରେ ମାତୃଭାଷା ର ବ୍ୟବହାର ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ।

ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ସମବେତ ସ୍ୱର ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉଦ୍ୟମ କରିଥିବା ବରପୁତ୍ର ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ବେଶ ରେ ସଜ୍ଜିତ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୋଭାଯାତ୍ରା ରେ ଭାଗ ନେଇ ସହର ପରିକ୍ରମା କରିଥିଲେ।

ପ୍ରଶାସନ ଦ୍ୱାରା ଜୟୀ ରାଜଗୁରୁ ଟାଉନ ହଲ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡ଼ିଶା ପର୍ବ ପାଳନ ଉତ୍ସବ ରେ ଆଇନ ତଥା ଅବକାରୀ ପୃଥ୍ବୀରାଜ୍ ହରିଚନ୍ଦନ, ବିଧାୟକ ପ୍ରଶାନ୍ତ ଜଗଦେବ , ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
