ବାଲ୍ୟବିବାହ ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ


ଖୋର୍ଦ୍ଧା-୧୯/୩- ବେଗୁନିଆ ବ୍ଲକ ସଭାଗୃହରେ ବାଲ୍ୟବିବାହ ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ସମ୍ପର୍କିତ ଏକ ସଚେତନତାମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ପ୍ଲାନ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ର ଅଧ୍ୟକ୍ଷ  ଲକ୍ଷ୍ମୀଧର ସୁବୁଦ୍ଧି ଯୋଗଦେଇ ଏହି କର୍ମଶାଳା କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥଲେ ।

Advertisement

ଜିଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏହି କର୍ମଶାଳା ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥଲେ। ତାଲିମଦାତା ଭାବରେ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା କାନ୍ତା ମହାନ୍ତି ଯୋଗ ଦେଇ ବାଲ୍ୟବିବାହ ଏବଂ ଶିଶୁ ଯୌନ ନିର୍ଯାତନାର କୁ ପରିଣାମ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ , ବାଲ୍ୟବିବାହ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ଗଭୀର ପ୍ରଭାବିତ କରେ। ଏହା ସହିତ ଶିଶୁ ଯୌନ ନିର୍ଯାତନା ଏକ ଗୁରୁତର ଅପରାଧ ଓ ଏହା ପାଇଁ କଡା ଆଇନଗତ ବ୍ୟବସ୍ଥା ରହିଛି।


କର୍ମଶାଳାରେ ପୋକ୍ସୋ  ଆଇନ-୨୦୧୨ ଓ ବାଲ୍ୟବିବାହ ନିରୋଧ ଆଇନ-୨୦୦୬ ଏବଂ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଆଇନଗତ ସହାୟତା ବିଷୟରେ ସମସ୍ତ ସରପଞ୍ଚ, ମନ୍ଦିର ପୂଜକ, ଆଇ.ସି.ଡି.ଏସ ସୁପରଭାଇଜର ଙ୍କୁ ସଚେତନ କରାଯାଇଥିଲା।


ଏହି କର୍ମଶାଳାରେ ବିଭିନ୍ନ ବିଭାଗ ଯଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀପ୍ରଭା ଦେବୀ, ସି. ଡି.ପି.ଓ ବିନୋଦିନୀ ପଣ୍ଡା ବେଗୁନିଆ ଥାନା ଏ.ଏସ. ଆଇ ମଙ୍ଗୁଳି ବେହେରା, ବ୍ଲକ ଜି.ପି.ଡି.ଓ ଦୀନବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ନିରୋଧ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ , ସମସ୍ତଙ୍କୁ ବାଲ୍ୟବିବାହ ଓ ଶିଶୁ ଯୌନ ନିର୍ଯାତନା ରୋକିବା ପାଇଁ ସଚେତନ ଓ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ଲାନ ଇଣ୍ଡିଆ  ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରଦ୍ୟୁତ୍ ରଞ୍ଜନ ରାଉତ ପରିଚାଳନା କରିଥିବା ବେଳେ ଜିଲା ଶିଶୁ ସୁରକ୍ଷା ୟୁନିଟ ର ସାମଜିକ କର୍ମୀ ରଞ୍ଜନ କୁମାର ଗୋଛାୟତ, ପ୍ଲାନ ଇଣ୍ଡିଆର ସାମଜିକ କର୍ମୀ ମଧୁସ୍ମିତା ପାତ୍ର, କଳ୍ପନା ସାହୁ ଏବଂ ବନ୍ଦନା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *