ବୁଡିଯିବକି ଖୋର୍ଦ୍ଧା ର କ୍ରସର ଶିଳ୍ପ !ଦୀର୍ଘ ଦିନ ଧରି ପଡିଛି ତାଲା ! ମିଳୁନି କଞ୍ଚା ମାଲ୍ ! ମାଲିକ ହତାଶ ! ଶ୍ରମିକ ଛାଡ଼ିଲେଣି ଗାଁ !

ଖୋର୍ଦ୍ଧା,(୩୦ା୧) : – ଖୋର୍ଦ୍ଧା କ୍ରସର ଶିଳ୍ପ ଉପରେ ଖୋର୍ଦ୍ଧା ସମେତ ଆଖପାଖ ଜିଲ୍ଲାର ହଜାର ହଜାର ଶ୍ରମିକ  ନିର୍ଭର କରୁଥିଲେ । ମାତ୍ର ରାଜନୈତିକ ଇଛାଶକ୍ତି ଅଭାବରୁ ଦୀର୍ଘବର୍ଷ ଧରି ବନ୍ଦ ପଡିଛି କ୍ରସର ଶିଳ୍ପ । ଏହି ଶିଳ୍ପ ଏବେ ବୁଡିବାକୁ ବସିଥିବାବେଳେ କ୍ରସର ଉପରେ ନିର୍ଭର କରୁଥିବା ଶ୍ରମିକ ଏବେ କାମ ଅନ୍ୱେଷଣରେ ଗାଁ ଛାଡ଼ିଲେଣି ତ ଆଉ କିଏ ଭୋକ ଉପାସରେ ପଡିଛି  । କେବଳ ସେତିକି ନୁହେଁ କ୍ରସର ଶିଳ୍ପ କୁ ଦୃଷ୍ଟିରେ ରଖି କରାଯାଇଥିବା କଳ କବଜା ଯଥା: ଟ୍ରକ, ଜେସିବି ମେସିନ୍, ଟ୍ରାକ୍ଟର, ବ୍ରେକର, ପ୍ରୋକଲିନ୍ ପ୍ରଭୃତି ଏବେ ପଡି ଖତ ଖାଉଥିବା ଦେଖାଯାଇଛି ।



  ଅନ୍ୟପକ୍ଷରେ ଧାର କରଜ କରି କ୍ରସର ଶିଳ୍ପ କରିଥିବା ମାଲିକଙ୍କ ଅବସ୍ଥା କହିଲେ ନସରେ । କେଉଁଠି ବ୍ୟାଙ୍କ କର୍ତୁପକ୍ଷ କିସ୍ତି ପାଇଁ ଦ୍ୱାର କୁ ଆସିଲେଣି ତ ଆଉ କେଉଁଠି ମହାଜନ ଟଙ୍କା ଫେରାଇବାକୁ ଦାବି କଲାଣି ତ ଫାଇନାନ୍ସ ବାଲା ବସିଲେଣି ଦୁଆରେ । ଏଥିସହିତ ଟ୍ରକ, ଜେସିବି ମେସିନ୍, ଟ୍ରାକ୍ଟର, ବ୍ରେକର, ପ୍ରୋକଲିନ୍ ପ୍ରଭୃତି କରିଥିବା ମାଲିକଙ୍କ ଅବସ୍ଥା ମଧ୍ୟ ସମାନ । ଯାହା ଆଜି କିଛି କ୍ରସର ମାଲିକ କୋହଭରା କଣ୍ଠ ରେ ପ୍ରକାଶ କରିବା ଘଟଣା ସ୍ପଷ୍ଟ କରୁଛି ।

Advertisement



ଗାଡି ଓ କ୍ରସର ବାବଦ ବ୍ୟାଙ୍କ ଋଣ ଅର୍ଥ ସୁଝିବାକୁ ଯାଇ ଘରେ ଥିବା ସୁନା ଗହଣା ବ୍ୟାଙ୍କରେ ବନ୍ଧା ପଡିଥିବାବେଳେ ତାହା ମଧ୍ୟ ଏବେ ବୁଡିବାକୁ ବସିଲାଣି । ସେପଟେ କ୍ରସର ଶିଳ୍ପ ଚାଲିବା ଲାଗି କୌଣସି ବାଟ ଫିଟୁନଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଯେଉଁ ଜମିରେ କ୍ରସର ବସିଛି ତାର ପାଉଣା ଲାଗି ତାଗିଦ କରିବା ଏବେ ମାଲିକମାନଙ୍କୁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।



ପ୍ରକାଶ ଥାଉକି,ସେପଟେ କ୍ରସର୍ ଚଳାଇବାକୁ ମିଳୁନି କଞ୍ଚାମାଲ ।
ଖୋର୍ଦ୍ଧାର ଦଳେଇପୁଟ, କୁରାଢମଲ୍ଲ, ଦୁର୍ଗାପୁର, ବାଜପୁର, ଛତ୍ରମା, ଦଧିମାଛଗାଡିଆ, ତାପଙ୍ଗ, ମଳିପଡା, କଁପୁର, ଗୋଡା ପ୍ରଭୃତି ଅଂଚଳରେ ରହିଛି ୪୫୦ରୁ ଉଦ୍ଧ୍ୱର୍ କ୍ରସର । କ୍ରସର ଶିଳ୍ପ ଚାଲିଲେ ଖୋର୍ଦ୍ଧା ବଜାର ସମେତ ଏହାର ଉପକଣ୍ଠ ଅଂଚଳ ବଜାର ସରଗରମ ହେଉଥିଲା । ମାତ୍ର କିଛି ବର୍ଷ ହେବ ଉପରୋକ୍ତ ଅଂଚଳମାନଙ୍କରେ କ୍ରସର ଶିଳ୍ପ ଉପରେ ନିର୍ଭର କରି ଚାଲୁଥିବା ସାପ୍ତାହିକ ହାଟ ଓ ବ୍ୟବସାୟିକ ଅନୁଷ୍ଠାନ କ୍ରସର ଶିଳ୍ପ ବନ୍ଦ ଯୋଗୁ ଏବେ ଧିରେ ଧିରେ ତାଲା ପଡିବାକୁ ବସିଲାଣି । ସେହିପରି କ୍ରସର ଶିଳ୍ପ ବନ୍ଦ ଯୋଗୁ ହଜାର ହଜାର ଶ୍ରମିକଙ୍କ ପରିବାର ଅନ୍ଧାକାରମୟ ଭିତରକୁ ଠେଲି ହୋଇଛନ୍ତି । ଦୀର୍ଘ ବର୍ଷ କ୍ରସର ଶିଳ୍ପ ବନ୍ଦ ହେବା ଯୋଗୁ  ଶ୍ରମିକ ମାନେ ପରିବାର ର ଗୁଜୁରାଣ ମେଂଟାଇବାକୁ ଏବେ ଦାଦନ ମୁଁହା ହେଉଥିବା ଦେଖିବାକୁ ମିଳିଛି । ତେଣୁ ଖୋର୍ଦ୍ଧା ଅଂଚଳରେ ଥିବା ସମସ୍ତ କ୍ରସରଶିଳ୍ପ କୁ ଆଇନ ମୁତାବକ ଚାଲିବା ପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିବା ସହ କ୍ରସର ଶିଳ୍ପ କୁ କଂଚାମାଲ ଉଚିତ ମୂଲ୍ୟରେ ଯୋଗାଇ ଦେବା ଲାଗି ପାହାଡ ଗୁଡିକ ଚଳାଇବାକୁ ସୁବନ୍ଦୋବସ୍ତ କରିବା ଲାଗି ଦାବି ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *