ନିରାକାରପୁର : – (ଶୁଭ ଖବର )ରାଜ୍ୟ ବିଜେଡି ଯୁବ ଛାତ୍ର ସଂଗଠନ ତରଫରୁ ଯୁବତୀ ମାନଙ୍କ ଉପରେ ହେଉଥିବା ଅସଦାଚରଣ,ଦୁଷ୍କର୍ମ,ହତ୍ୟା ଘଟଣାରେ ଅହେତୁକ ବୃଦ୍ଧି,ରାଜ୍ୟରେ ପ୍ରତିଦିନ ୧୫ ଯୁବତୀ ଦୁଷ୍କର୍ମର ଶିକାର ପ୍ରତିବାଦ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ସଂଯୋଜନା ରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏ ଭି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶ୍ରେଣୀ ବର୍ଜନ କରି ଫାଟକ ଓ ରାଜ ରାସ୍ତା ଏକାଠି ହୋଇ ରାଜ୍ୟ ସରକାର ଙ୍କ ଅପାରଗତା,ନାରୀ ନିର୍ଯାତନା,ନୂଆ ଓ ଛାତ୍ର ବୃତ୍ତି ବନ୍ଦକରିବା,ଛାତ୍ରୀ ଦୁଷ୍କର୍ମ ପ୍ରତିବାଦ ରେ ସରକାରଙ୍କୁ ଧିକାର କରି ସରକାରଙ୍କ ଉପରେ ବର୍ଷିଛନ୍ତି ।
ରଙ୍ଗବୋଳା ମୁଖ୍ୟମନ୍ତ୍ରୀ ଛି ଛି ନାରା ଦେଇଥିଲେ ନେତ୍ରୁ ବୃନ୍ଦ । ମୋହନ ସରକାର ହାଏ ହାଏ ଧ୍ଵନି ରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ ।ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଛାତ୍ର ବିଜୁ ଜନତା ଦଳ ସଭାପତି ଅନିଲ କୁମାର ସେନାପତି, ଯୁବନେତା ସୁକାନ୍ତ କୁମାର ବେହେରା, ଟାଙ୍ଗୀ ବ୍ଲକ ସଂଗଠକ ପବିତ୍ର କୁମାର ପାଇକରାୟ, ଛାତ୍ରନେତା ଶକ୍ତି ପ୍ରସାଦ ରାଉତରାୟ, ମନୋଜ କୁମାର ପ୍ରଧାନ,ମାନସ ପଟ୍ଟନାୟକ,ସୁଶିଲ କୁମାର ସେନାପତି, ପ୍ରଭାତ କୁମାର ବେହେରା,ପ୍ରସନ୍ନ କୁମାର ବଳିଆରସିଂହ,ଅଜୟ କୁମାର ଛୋଟରାୟ, ଓଳସିଂହ ସମିତି ସଭ୍ୟ ନେତ୍ରାନନ୍ଦ ପ୍ରଧାନ, ଅମରେନ୍ଦ୍ର କୁମାର ବାରିକ ଓ ବିଜୟ କୁମାର ମାଝୀ ,ରାମେଶ୍ୱର ସମିତି ସଭ୍ୟ ପ୍ରମୁଖ ବହୁ ଯୁବ ଛାତ୍ର ଯୋଗଦେଇ ସରକାରଙ୍କୁ କଡା ସମାଲୋଚନା କରିବା ସହ ଏହା ଏକ ଟ୍ରେଲର ମାତ୍ର ନାଟକ ବାକି ଅଛି ବୋଲି କହିଥିଲେ ।

ଆଗାମୀ ଦିନରେ ଏ ଆନ୍ଦୋଳନ କୁ ବ୍ୟାପକ କରାଯିବ ଯେତେଦିନ ଯାଏଁ ଏ ମିଛୁଆ, ପ୍ରତାରଣା ର ମୋହନ ସରକାର ର ପତନ ନ ଘଟିଛି ..ସେତେଦିନ ଯାଏଁ ଚାଲୁ ରହିବ ବୋଲି ଯୁବ ଛାତ୍ର ନେତୃତ୍ୱ ମାନେ କହି ସରକାର ଙ୍କ ଉପରେ ବର୍ଷୀ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
