ଖୋର୍ଦ୍ଧା :- ଜନସାଧାରଣଙ୍କ ହିତରେ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଉକ୍ତ ଯୋଜନା ଲୋକଙ୍କ ହିତରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ। ଏହି ଗାଁରେ ମୃତ ଦେହ ସତ୍କାର କରିବା ପାଇଁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ମଶାନ ଜମି ଅଛି, ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଲୋକେ ଏହାର ସୁବିଧା ଉପଲବ୍ଧି କରିପାରୁ ନାହାନ୍ତି I ଗ୍ରାମବାସୀ ଏକାଠି ହୋଇ ବର୍ଷେ ତଳେ ଶ୍ମଶାନ ଜମି ଚିହ୍ନଟ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଙ୍କୁ ଭେଟିଥିଲେ। ତାଙ୍କର ହସ୍ତାକ୍ଷେପ ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରି ଜାଗା ଚିହ୍ନଟ କରି ମାପଚୁପ ଆରମ୍ଭ କରିଥିଲେ ତାହା ସମ୍ପୂର୍ଣ ହୋଇ ନଥିଲା। ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ପ୍ଲଟକୁ କେବଳ ବୃତ୍ତ ଚିହ୍ନ ଦ୍ୱାରା ଚିହ୍ନଟ କରାଯାଇ ଅଧାରୁ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ଶ୍ମଶାନ ପାରିପାର୍ଶ୍ବକ ଭିତ୍ତିଭୂମିର ବିକାଶ ହେଉନାହିଁ । ଶବ ସତ୍କାର ପାଇଁ ଯିବାକୁ ହେଲେ ପକ୍କା ରାସ୍ତାଟିଏ ନାହିଁ। ଚତୁଃପାର୍ଶ୍ବରେ ପ୍ରାଚୀର ନିର୍ମାଣ ହେଲାନି, ଶ୍ମଶାନ ଗୃହ ନାହିଁ ଏପରିକି ଶବ ସତ୍କାର ପାଇଁ ଖର୍ଚ୍ଚାନ୍ତ ହୋଇ ଗ୍ରାମବାସୀ ଙ୍କୁ ପୁରୀ ସ୍ୱର୍ଗଦ୍ୱାର କୁ ଯିବାକୁ ପଡୁଛି ଗରିବ ଲୋକଙ୍କ ଶବ ପଡି ରହୁଛି ବିଶେଷକରି ବର୍ଷା ଦିନେ ବହୁତ ଅସୁବିଧା ରେ ସନମୁଖୀନ ହେଉଛନ୍ତି ଏପରିକି ଶବ ଦିନ ତମାମ ପଡି ରହୁଛି।

ବହୁ ଅପେକ୍ଷା ପରେ ପ୍ରଶାସନିକ ପଦକ୍ଷେପ ନେଲାପରେ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଥିଲା। ମାତ୍ର ଏଯାବତ ବର୍ଷେହେଲା ପ୍ରସାଶନିକ ଅବହେଳା ଯୋଗୁ ଲୋକମାନେ ନାନା ଅସୁବିଧା ର ସନମୁଖୀନ ହେଉଛନ୍ତି।

ପ୍ରକାଶ ଥାଉକି ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ୧୧ ଶହ ଲୋକେ ବସବାସ କରୁଛନ୍ତି। ସବର୍ନ ପରିବାରଙ୍କୁ ନେଇ ୨ଟି ୱାର୍ଡ଼ ଗଠିତ। ଏହି ଗାଁର ଦକ୍ଷିଣ ଦିଗକୁ ଗଲେ ସରକାରଙ୍କ ଶ୍ମଶାନ ଜମି ରହିଛି। । ସମୁଦାୟ ୩ ଏକର ୬୦୫ ଡେସିମିଲ/ କିସମ ଶ୍ମଶାନ ଜମି ରେକର୍ଡ଼ ପରିସରଭୁକ୍ତ ହୋଇଛି। ହେଲେ ଉକ୍ତ ଜମି କାହା କବଳରେ ଅଛି ଲୋକେ ଜାଣିପାରୁନଥିଲେ। ମାତ୍ର କେଉଁ ଆବହମାନ କାଳରୁ ଲୋକେ ଯେଉଁ ଜମିରେ ସତ୍କାର କରୁଥିଲେ ତାହା ଏବେ ଜଣେ ବ୍ୟକ୍ତିଙ୍କର ବୋଲି ଜାଣିବାକୁ ପାଇଥିଲେ। ଉକ୍ତ ସ୍ଥାନକୁ ବ୍ୟକ୍ତି ଜଣଙ୍କ ବାରଣ କରିବାରୁ ଗ୍ରାମବାସୀ ନାହିଁ ନଥୁବା ଅସୁବିଧା ଭୋଗୁଥିଲେ। ସମସ୍ୟାର ସମାଧାନ ପାଇଁ ଲୋକେ ଗତ ବର୍ଷ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଜିଲାପାଳ ଚଞ୍ଚଳ ରାଣାଙ୍କ ଆଦେଶନାମାରେ ବେଗୁନିଆ ତହସିଲଦାର ତାପସ ବିଶିଙ୍କ ପରିଚାଳନାରେ ଉକ୍ତ ଶ୍ମଶାନ ଜମିର ମାପଚୁପ ପ୍ରକ୍ରିୟା ଆରମ୍ଭ ହୋଇ ଅଧାରୁ ଛାଡ଼ି ଦିଆଯାଇଥିଲା।

ଏବେ ଅଂଚଳ ବାସୀଙ୍କ ନିବେଦନ ତଳଗଡ ଗ୍ରାମବାସୀ ଙ୍କ ଶବ ସତ୍କାର ପାଇଁ ଯଥାଶୀଘ୍ର ପ୍ରଶାସନିକ ପଦକ୍ଷେପ ନେଇ ଏହାର ସରଳ ସମାଧାନ ହେଲେ ତଳଗଡ ବାସି ଆଉ ଶବ ସତ୍କାର ଜନିତ ସମସ୍ୟା ଓ ଅଯଥା ଖର୍ଚ୍ଚାନ୍ତ ରୁ ମୁକ୍ତ ପାଇବେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
