ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାରଖାନା ଓ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ



ସମ୍ବଲପୁର, ୨୯/୯: ଆୟବହିର୍ଭୂତ ସମ୍ପତ୍ତି (DA) ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଛି।


ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ଏକାସାଙ୍ଗରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ତଲାସି କରୁଛି।

Advertisement



ଭିଜିଲାନ୍ସ ପକ୍ଷରୁ ତଲାସି ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ତାଙ୍କ ୩-ବିଏଚ୍‌କେ ଫ୍ଲାଟ ରହିଛି। ସେହିପରି ଭୁବନେଶ୍ୱର ନନ୍ଦନକାନନ ରୋଡ୍‌ସ୍ଥିତ ନନ୍ଦନ ବିହାରରେ ଥିବା ଡୁପ୍ଲେକ୍ସ, ଜଟଣୀ ନିକଟ ବାରକୁଡ଼ାସ୍ଥିତ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ତାଙ୍କ କୋଠା, ପୁରୀ ବାଲିଗୁଆଳି ଟୋଟା ବେହେରା ସାହିରେ ଥିବା ତିନି ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁବାସ ମାର୍ଗରେ ଥିବା ଦୁଇ ମହଲା କୋଠା, ବାଲୁଗାଁ ଅଶୋକନଗରସ୍ଥିତ ତାଙ୍କ ପୈତୃକ ଗାଁରେ ଥିବା ଦୁଇ ମହଲା କୋଠା, ସମ୍ବଲପୁର ଡେପୁଟି ଡାଇରେକ୍ଟର, ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର ରେ ମଧ୍ୟ ତଲାସୀ ଚାଲିଛି।  ତଲାସି ଶେଷ ହେବା ପରେ ଜବତ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *