ଖୋର୍ଦ୍ଧା: ସଡ଼କ ଦୁର୍ଘଟଣା ରୋକିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଖୋର୍ଦ୍ଧା ଆଦର୍ଶ (ଟାଉନ୍) ଥାନା ପକ୍ଷରୁ ସମନ୍ତରାପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

ଖୋର୍ଦ୍ଧା ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ଯୋଗଦେଇ ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ଦ୍ରୁତଗତିରେ ଗାଡ଼ି ନଚଳାଇବା, ନାବାଳକଙ୍କ ଗାଡ଼ି ଚାଳନା ଉପରେ ରୋକ୍ ଏବଂ ଜେବ୍ରା କ୍ରସିଂ ବ୍ୟବହାର ଭଳି ବିଭିନ୍ନ ଟ୍ରାଫିକ୍ ନିୟମ ସମ୍ପର୍କରେ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ପରିବାର ଓ ସମାଜରେ ମଧ୍ୟ ସଡ଼କ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଭାଗ ନେଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶେଷରେ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଶପଥ ନେଇଥିଲେ। ଏହାପରେ ଏକ ସଚେତନତା ରାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନର ବାର୍ତ୍ତା ଦିଆଯାଇଥିଲା। ଶେଷରେ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଅର୍ପଣ ସହ ସଭା ସମାପ୍ତ ହୋଇ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
