ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଶୈଳୀ ହିଁ ଓଡ଼ିଶାକୁ ଆହୁରି ଆଗକୁ ନେଇପାରିବ

ପଞ୍ଚାୟତ ସ୍ତରୀୟ ବୈଠକରେ ପ୍ରତିଫଳିତ ହେଲା ବିଜେଡିର ଲୋକପ୍ରିୟତା

ନୂଆପଡ଼ାରେ କେବଳ ବିଜେଡି ବିକାଶ ଆଣିପାରିବ

ଭୁବନେଶ୍ବର, (୨୯/୧୦): ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ନୂଆପଡା ବ୍ଲକ ଅଧୀନ ଧରମବନ୍ଧା  ଓ ସାଇପଲା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସକ୍ରିୟ କର୍ମୀ, ସାଧାରଣ ଜନତାଙ୍କୁ ନେଇ ଏକ ସଭା ଆୟେ ଆୟୋଜିତ ହୋଇଯାଇଛି। ପୁର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଦେବଗଡ଼  ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ, ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ  ମହାନ୍ତି, ବରିଷ୍ଠ ନେତା ସୁଶାନ୍ତ ମିଶ୍ର ପ୍ରମୁଖ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଗତ ଦୁଇ ଦଶନ୍ଧୀ ଧରି ଓଡ଼ିଶାରେ ହୋଇଥିବା ଅଭୂତପୂର୍ବ ରୂପାନ୍ତରଣ କେବଳ ନବୀନ ବାବୁଙ୍କ ଅବଦାନ । ଆଦିବାସୀ ବିକାଶ ପାଇଁ ପାଇଁ ବିଜେଡିର ସଂଗ୍ରାମ ଆଜି ମଧ୍ୟ ଜାରି ରହିଛି। ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଶୈଳୀ ହିଁ ଓଡ଼ିଶାକୁ ଆହୁରି ଆଗକୁ ନେଇପାରିବ।

Advertisement

ଏହି ଅବସରରେ ବିଜେଡି ନେତୃବୃନ୍ଦ ସ୍ଵର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନକୁ ସ୍ମରଣ କରିବା ସହ ନୂଆପଡ଼ାର ବିକାଶ ପାଇଁ ବିଜେଡିର ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆଙ୍କୁ ବହୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଆହ୍ୱାନ ଜଣାଇଥିଲେ। ଗୁରୁତ୍ବପୂର୍ଣ ହେଉଛି ଏହି ସଭା ସଭାରେ ଦଳୀୟ ଏକତା, ସଂଗଠନ ଓ ଜନସମ୍ପର୍କ ସୃଷ୍ଟିରେ ନୂଆ ଉତ୍ସାହ ଦେଖାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବ ନେତା ଶିବାନନ୍ଦ ପରିଛା, ପ୍ରମୋଦ ପାଢ଼ୀ, ଗଇଁଦରାମ ସାହୁ, ଚୁମନ ପ୍ରଧାନ, ପ୍ରଧାନ, ଚମନ ନିର୍ମଳ କର, ଆଶାରାମ ଦଣ୍ଡସେନା, ଚୁନେଶ ସାହୁ, ସୁଶାନ୍ତ ମିଶ୍ର, ମାୟାବତୀ ଜଗତ, ତୁଳସୀ ବେରିହା, ଲାଳେଶ୍ଵର ତାଣ୍ଡି, ବାଲକୁମାର ବରିହା, ଜ୍ଞାନସିଂ ମାଝୀ, ରୁପଲାଲ କେଉଁଟ, ଜାମୁଲାଲ ତାଣ୍ଡି ପ୍ରମୁଖଙ୍କ ସହ ବିଜେଡିର ଶତାଧୂକ କର୍ମୀ ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *