“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥ ର  ଶୁଭାରମ୍ଭ କଲେ
ଜିଲ୍ଲାପାଳ

ଖୋର୍ଦ୍ଧା : – (ଶୁଭ ଖବର)ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଶା ଦ୍ରବ୍ୟ ବ୍ୟବହାରର କୁ ପ୍ରଭାବ ଓ ଚୋରା ମାଦକ ଦ୍ରବ୍ୟ କାରବାର କୁ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପ୍ରସ୍ତୁତ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ  ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ଜ୍ୟୋତି ଶଙ୍କର ସାହୁ, ଅବକାରୀ ଅଧିକ୍ଷକ, ଖୋର୍ଦ୍ଧା  ସୂମତି ତ୍ରିପାଠୀ ଙ୍କ  ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇ ଥିଲେ l ଉକ୍ତ ସଚେତନତା ରଥ ସମଗ୍ର ଜିଲ୍ଲାର ବ୍ଲକ ସଦର ମହକୁମା, ପଂଚାୟତ ସଦର ମହକୁମା, ଏପରିକି ଗ୍ରାମ ର ବଜାର ଓ ଲୋକ ଗହଳି ସ୍ଥାନ ମାନଙ୍କରେ ନିଶା ସେବନ ପ୍ରତ୍ୟାହାର ଓ ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ଘରେ ଘରେ ସଚେତନତା ବାର୍ତ୍ତା ପ୍ରଚାର କରିବ l ଜିଲ୍ଲାରେ ଏହି  ମହତ କାର୍ଯ୍ୟକ୍ରମ ଜୁନ 26 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ ଶ୍ରୀ  ରାଣା ପ୍ରକାଶ କରିଛନ୍ତି l

ଅବକାରୀ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ମାଦକ ଦ୍ରବ୍ୟ ଚୋରା କାରବାର ଦିଗରେ ଚଢାଉ ଜାରି ରଖିବା ସହ ସଚେତନତା କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ଅବକାରୀ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି l ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସମସ୍ତ କାର୍ଯ୍ୟନ୍ଵୟନ ବିଭାଗ ମାନେ ସେମାନଙ୍କ ଅଧୀନ ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ସ୍ବେଛାସେବୀ ସଂଗଠନ, ଯୁବଗୋଷ୍ଠୀ,ମିଶନ ଶକ୍ତି ମା’ ମାନେ , ଜନପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି ସମସ୍ତେ ପ୍ରଚେଷ୍ଟା ଜାରି ରଖି ଏକ ସୁସ୍ଥ, ନିରାମୟ, ପ୍ରଗତିଶୀଳ ସମାଜ ଗଠନ ସହ ଖୋର୍ଦ୍ଧା ଜିଲ୍ଲାକୁ  ସଂପୂର୍ଣ୍ଣ ନିଶାମୁକ୍ତ କରିବାକୁ  ଆହ୍ଵାନ ଦେଇଛନ୍ତି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *