ଖୋର୍ଦ୍ଧା, (ଶୁଭ ଖବର )- ବେଗୁନିଆ ବ୍ଲକ ପୋଡାଡ଼ିହ ଗ୍ରାମ ପଂଚାୟତ ଅଧିନସ୍ଥ ତଳଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିତାମାତା ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଥିଲା l ଆବାହକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳେଶ ମହାପାତ୍ର ନୂତନ ପରିଚାଳନା କମିଟିର ରୂପରେଖ ବର୍ଣ୍ଣନା କରି କହିଥିଲେ “ଆମେ ସମସ୍ତେ ଚାହିଁଲେ ଗୋଟିଏ ସ୍କୁଲ ର ବିକାଶ ନିଶ୍ଚିତ ହେବ ଏବଂ ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିବାର ଆବଶ୍ୟକତା ରହିଛି “।

ସହକାରୀ ଶିକ୍ଷୟିତ୍ରୀ ଇପ୍ସିତା ପଣ୍ଡା କମିଟି ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ପରିଚାଳନା କମିଟିକୁ 11 ଜଣ ପିତାମାତା, ଅଙ୍ଗନୱାଡି କର୍ମୀ, ୱାର୍ଡ ମେମ୍ବର, ଶିକ୍ଷକ ପ୍ରତିନିଧି ଓ ପ୍ରଧାନ ଶିକ୍ଷକ ମିଶାଇ 15 ଜଣ ମନୋନୀତ ହୋଇଥିଲେ l ଶିକ୍ଷୟିତ୍ରୀ ସାଗରୀକା ମାଝୀ ସ୍ୱାଗତ କରିଥିବା ବେଳେ ଶିକ୍ଷୟିତ୍ରୀ ଜଲ୍ଲୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଟ୍ଟନାୟକଙ୍କ ଆବାହକତ୍ୱରେ ଓ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରାଙ୍କ ସହଯୋଗରେ ପରିଚାଳନା କମିଟି ଗଠିତ ହୋଇଥିଲା l କେନ୍ଦୁପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗୋଡିପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ କୁରାଢ଼ିଲୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ନୂତନ ପରିଚାଳନା କମିଟି ଗଠିତ ହୋଇ ଯାଇଛି l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
